ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ପଦକ ବିଜେତା ୱେଟଲିଫ୍ଟର ମୀରାବାଇ ଚାନୁଙ୍କ ନୂଆ ରୂପ ସମସ୍ତଙ୍କୁ ପସନ୍ଦ ଆସିଛି । ମଣିପୁରର ପାରମ୍ପାରିକ ମିତେଇ ପୋଷାକ ପରିଧାନ କରି ସେ ଏକ ଫଟୋ ସୋସିଆଲ ସାଇଟରେ ଶେୟାର କରିଥିଲେ । ମୀରାବାଇ ତାଙ୍କ ସରଳ ଜୀବନଯାକ ଯୋଗୁ ସମସ୍ତଙ୍କ ପ୍ରିୟପାତ୍ର ହୋଇ ପଡିଛନ୍ତି ।
ମୀରାଙ୍କ ମାତା ସୌଖୋମ ଓଙ୍ଗବୀ ଟୋମାବି ଦେବୀ ଚା ଦୋକାନ କରି ପରିବାର ଚଳାଇବା ସହିତ ନିଜ ଝିଅଙ୍କ ସ୍ୱପ୍ନ ସାକାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ୨୬ ବର୍ଷୀୟ ଚାନୁ ତାଙ୍କ କ୍ୟାରିୟରର ଉନ୍ନତି ପାଇଁ ଯେଉଁମାନେ ସାହାଯ୍ୟ କରିଥିଲେ ସମସ୍ତଙ୍କୁ ଅଲିମ୍ପିକ ପଦକ ହାସଲର ଶ୍ରେୟ ଦେଇଛନ୍ତି ।
Comments are closed.