ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଦୁଷ୍କର୍ମ ଓ ହତ୍ୟା କରାଯାଇଥିବା ଦଳିତ ନାବାଳିକାର ପରିବାରର ଚିତ୍ର ସେୟାର କରିବା ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ସମସ୍ୟା ବଢିବାରେ ଲାଗିଛି।
ଟ୍ୱିଟରରୁ କାର୍ଯ୍ୟାନୁଷ୍ଠାନ ଦାବି କରିବା ପରେ ବର୍ତ୍ତମାନ ଶିଶୁ ସୁରକ୍ଷା ଆୟୋଗ ଫେସବୁକରୁ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
ଆୟୋଗ ଫେସବୁକକୁ ଏକ ଚିଠି ଲେଖିଛନ୍ତି ଯେ ରାହୁଲ ଗାନ୍ଧୀ ଦୁଷ୍କର୍ମ ପୀଡିତାଙ୍କ ପରିଚୟ ପ୍ରକାଶ କରି ଝିଅର ପରିବାରର ଚିତ୍ର ସେୟାର କରିଛନ୍ତି ଯାହା ଆଇନ ବିରୁଦ୍ଧ ଅଟେ। ଟ୍ୱିଟର ବ୍ୟତୀତ ରାହୁଲ ଗାନ୍ଧୀ ସେହି ବିବାଦୀୟ ଚିତ୍ରକୁ ତାଙ୍କ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ମଧ୍ୟ ସେୟାର କରିଛନ୍ତି। ଯେଉଁଥିପାଇଁ ତାଙ୍କ ଇନ୍ଷ୍ଟା ଆକାଉଣ୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।
Comments are closed.