Latest Odisha News

ପୀଡିତାଙ୍କୁ ମିଳିଲା ନ୍ୟାୟ, ଜେଲରେ ବିବାହ ଉତ୍ସବ

କଟକ : ଶେଷରେ ପୀଡିତାଙ୍କୁ ମିଳିଛି ନ୍ୟାୟ । ବିବାହ କରିଛନ୍ତି ପ୍ରତାରଣାର ଶିକାର ପୀଡିତା । କଟକ ଚୌଦ୍ୱାର ସର୍କଲ ଜେଲରେ ହୋଇଛି ଏହି ବିବାହ ଉତ୍ସବ। ବିବାହ କରି ଅଭିଯୁକ୍ତ ଏବଂ ପୀଡିତାରୁ ପାଲଟିଛନ୍ତି ଉଭୟ ସ୍ୱାମୀ ସ୍ତ୍ରୀ। ସାଲେପୁର ଅଞ୍ଚଳର ଯୁବକ ଜଣକ ନିଶ୍ଚିନ୍ତ କୋଇଲିର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ପରେ ଯୁବକ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଆଉ ତାପରେ ସେ ଧରାଛୁଆଁ ଦେଇ ନଥିଲେ। ଏହି ଘଟଣା ପୀଡିତାଙ୍କ ପରିବାର ଜାଣିବା ପରେ ନିଶ୍ଚିନ୍ତ କୋଇଲି ଥାନାରେ ଏକ ମାମଲା ରୁଜ୍ଜୁ କରିବା ପରେ ଶେଷରେ ଯୁବକଙ୍କୁ ଗିରଫ କରିଥିଲା ପୋଲିସ୍ ।

ଯାହାକୁ ନେଇ ଅତିରିକ୍ତ ଜିଲ୍ଲା ଦୌରାଜଜ ପୋସ୍କୋ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ବିବାହ ଅନୁଷ୍ଠିତ ହୋଇଥିଲା । ଚୌଦ୍ୱାର ଅଞ୍ଚଳର ଉଦ୍ଧାର ଫାଉଣ୍ଡେସନ ପକ୍ଷରୁ କରାଯାଇଥିବା ଏହି ବିବାହ ଉତ୍ସବରେ ବହୁ ଲୋକେ ଉପସ୍ଥିତ ରହି ନବଦମ୍ପତ୍ତିଙ୍କୁ ଆର୍ଶୀବାଦ କରିଥିଲେ । ବିବାହରେ ଉଭୟ ଦମ୍ପତି ଖୁସି ଜାହିର କରିଥିବା ବେଳେ ଉଭୟଙ୍କ ପରିବାର ବିବାହ ସମୟରେ ଉପସ୍ଥିତ ଥିଲେ । ସମ୍ପୂର୍ଣ୍ଣ ରୀତିନୀତିରେ ବିବାହ ସମ୍ପନ୍ନ ହେବା ସହ ଭୋଜିଭାତର ମଧ୍ୟ ଆୟୋଜନ କରାଯାଇଥିଲା । ବିବାହ ପରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଉଭୟ ନବଦମ୍ପତ୍ତି ।

 

Comments are closed.