କୋରାପୁଟ : ତୁଟିବ କୋଟିଆ କଳି । ବିବାଦର ସମାଧାନ ପାଇଁ ଦଳମତ ନିର୍ବିଶେଷରେ କୋଟିଆରେ ପହଞ୍ଚିଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ ନେତା । ଓଡ଼ିଶା ମାଟିର ଇଞ୍ଚେ ଜମି ଆନ୍ଧ୍ରକୁ ଦିଆଯିବ ନାହିଁ ବୋଲି ସବୁ ଦଳର ନେତା କହିଛନ୍ତି । ଆଜି ସାଲୁର ବିଧାୟକ ବିଡିକା ରାଜନ ଦୋରା କୋଟିଆ ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ, ତାଙ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି ସର୍ବଦଳୀୟ ବିଧାୟକ । ଏଥିରେ ବହୁ ସମାଜସେବୀ ଓ ବୁଦ୍ଧିଜୀବୀ ମଧ୍ୟ ସାମିଲ ହୋଇଛନ୍ତି ।
କୋରାପୁଟ ବିଧାୟକ ରଘୁରାମ ପଡ଼ାଲ, ପଟ୍ଟାଙ୍ଗି ବିଧାୟକ ପୀତମ ପାଢ଼ୀ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ବିହନ ନିଗମ ଅଧ୍ୟକ୍ଷା ଈଶ୍ବର ଚନ୍ଦ୍ର ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ସାଂସଦ ଜୟରାମ ପାଙ୍ଗି ପ୍ରମୁଖ ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଏପଟେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସୀମାନ୍ତରେ ବ୍ୟାରିକେଡ୍ ନିର୍ମାଣ କରାଯାଇଛି । ଆଇନ ଶୃଙ୍ଖଳା ରକ୍ଷା ପାଇଁ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ଆନ୍ଧ୍ରର ମନମୁଖୀ କାର୍ଯ୍ୟକୁ ବିରୋଧ କରିଛି ଓଡ଼ିଶା । କୋଟିଆର ସମସ୍ତ ୨୧ଟି ଗାଁରେ ଓଡ଼ିଆରେ ନାମଫଳକ ମରାଯାଇଥବା ବେଳେ, ଗତକାଲି କୋଟିଆରେ ତ୍ରିରଙ୍ଗା ଉଡାଇ ସ୍ବାଧୀନତା ଦାବିସ ପାଳିଥଲା ଓଡ଼ିଶା ପ୍ରଶାସନ ।
Comments are closed.