Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ଫରେଷ୍ଟର

ବରଗଡ଼: ଭିଜିଲାନ୍ସ ଜାଲରେ ଫରେଷ୍ଟର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲ୍ଲା ପଦ୍ମପୁର ରେଞ୍ଜ ଝାରବନ୍ଧ ଫରେଷ୍ଟର ସୁଶାନ୍ତ ଦାଶଙ୍କ ଘରେ ରେଡ୍ ହୋଇଛି । ଏକକାଳୀନ ୨ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍ । ବରଗଡ଼ ଡିଲ୍ଲାର ଦୁଇଟି ସ୍ଥାନରେ ଦୁଇଟି ଟିମ୍ ରେଡ୍ ଚଳାଇଛନ୍ତି ।

ସୁଶାନ୍ତଙ୍କ ଘରେ ଓ ଅଫସିରେ ରେଡ୍ ଚାଲିଛି । ଚଢ଼ାଉ ବେଳେ ଜବତ ହୋଇଛି ନଗଦ ୫୪ ହଜାର ଟଙ୍କା । ସୁଶାନ୍ତ ଦାଶଙ୍କର ଗୋଟିଏ ପ୍ଲଟ୍ ରହିଥିବା ବେଳେ ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇ ଚକିଆ ଗାଡ଼ି ଥିବା ଜଣାପଡ଼ିଛି । ଚଢ଼ାଉ ଜାରି ରହିଛି ।

ରେଡ୍ ସରିବା ପରେ ଜଣା ପଡ଼ିବ ଫରେଷ୍ଟର ସୁଶାନ୍ତ ଦାଶ କେତେ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଛନ୍ତି । ଏହି ଚଢ଼ାଉରେ ୨ ଜଣ ଡିଏସପି, ୩ ଜଣ ଇନିସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Comments are closed.