Latest Odisha News

ଆଫଗାନର ଦୁର୍ଦ୍ଦଶା ପ୍ରତି ବିଶ୍ବବାସୀଙ୍କର ନାହିଁ ନଜର, ବାଳିକାର କରୁଣ କାନ୍ଦ ହେଉଛି ଭାଇରାଲ

ଆଫଗାନିସ୍ତାନ : କାବୁଲକୁ ତାଲିବାନ କବଜା କରିବା ପରେ ସହର ଏବେ ନିଶ୍ଚଳ । ସବୁଠି ନୀରବତା । ସହରର ଅଧିକାଂଶ କୋଠା ପାଲଟି ଗଲାଣି ଭୂତକୋଠି । ପ୍ରାଣ ବିକଳରେ ଲୋକମାନେ ସହର ଛାଡି ବାହାରକୁ ଚାଲିଯାଉଛନ୍ତି । ନା ଅଛି ଖାଦ୍ୟ ନା ପାଣି । ସାରା ସହରରେ ହାହାକାର ଅବସ୍ଥା । ଅଧିକାଂଶ ଦେଶର ଦୂତାବାସ ବି ଜନଶୂନ୍ୟ ପାଲଟିଲାଣି । କିଏ କୁଆଡେ ଯାଉଛନ୍ତି ସେମାନଙ୍କ ପତ୍ତା ମିଳୁନି । ଏଭଳି ସ୍ଥିତିରେ ଅଧିକାଂଶ ଲୋକ ପଳାଇ ଯିବାକୁ ବିମାନବନ୍ଦରରେ ଭିଡ ଜମାଇଛନ୍ତି । ମାତ୍ର ବିମାନ ଚଳାଚଳ ବନ୍ଦ ଯୋଗୁ ସେଠାରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି । ପିଲାଙ୍କ ଆର୍ତ୍ତ ଚିତ୍କାରରେ ଫାଟୁଛି ପରିବେଶ ।

ବୁର୍ଖାଧାରୀ ମହିଳାମାନେ ବି ଅଜଣା ରାସ୍ତାରେ ଯାଉଥିବା ଦେଖାଯାଉଛି । ସେପଟେ ଜଣେ ବାଳିକାର କରୁଣ କାନ୍ଦ ଏବେ ଭାଇରାଲ ହେବାରେ ଲାଗିଛି । ଆଫଗାନିସ୍ତାନର ଦୁର୍ଦ୍ଦଶା ପ୍ରତି ବିଶ୍ବବାସୀଙ୍କ ନଜର ନାହିଁ ବୋଲି ବାଳିକା ଜଣକ କହିବା ସହ ବିପଦରେ ସହାୟ ହେବାକୁ ନିବେଦନ କରିଛନ୍ତି । ସେ ଲେଖିଛନ୍ତି ଜଣେ ଅସହାୟ ଆଫଗାନ ବାଳିକା କୋହଭରା ଦୁଃଖରେ ଏହା ଜଣାଇବାକୁ ଚାହୁଁଛି ଯେ ତାଙ୍କ ଭବିଷ୍ୟତ ଧ୍ବସ୍ତ ହୋଇଯାଇଛି । ଆଫଗାନିସ୍ତାନର ମହିଳାଙ୍କ ଦୁର୍ଦ୍ଦଶା ଦେଖି ତାଙ୍କ ହୃଦୟ ଭାଙ୍ଗିଯାଇଛି । ତାଙ୍କୁ ସୁରକ୍ଷା ଦେବାରେ ବିଶ୍ବ ବିଫଳ ହୋଇଛି । ଇତିହାସ ଏହାକୁ କେବେ ଭୁଲିବ ନାହିଁ । ଆମେ ଆଫଗାନ ବୋଲି ଆମକୁ କେହି ପଚାରୁନାହାନ୍ତି । ତାଙ୍କର ଏହି ଭିଡିଓକୁ ଇରାନର ଜଣେ ସାମ୍ବାଦିକା ମସି ଆଲିନିଜାଦ ପୋଷ୍ଟ କରିବା ପରେ ଏହା ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.