Latest Odisha News

BREAKING NEWS

କଶ୍ମୀରରେ ଆଉ ଜଣେ ବିଜେପି ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀ

କୁଲଗାମ: କଶ୍ମୀରର କୁଲଗାମ ଅଂଚଳରେ ମଙ୍ଗଳବାର ବିଜେପି ନେତା ଜାବିଦ ଅହମ୍ମଦ ଦରଙ୍କୁ ଆତଙ୍କବାଦୀମାନେ ଗୁଳି କରି ହତ୍ୟା କରିଛନ୍ତି । ୯ ଦିନ ମଧ୍ୟରେ ଆତଙ୍କବାଦୀମାନେ ୩ଜଣ ବିଜେପି ନେତାଙ୍କୁ ହତ୍ୟା କରିଛନ୍ତି । ଦର ବିଜେପିର ଡିଷ୍ଟ୍ରିକ୍ଟ କନଷ୍ଟିଚ୍ୟୁଟ ଇନ ଚାର୍ଜ ଥିଲେ । ଗୁଳିମାଡ ପରେ ତାଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାକୁ ନିଆ ଯାଇଥିଲା । ସେଠାରେ ତାଙ୍କୁ ବଂଚାଇବା ସମ୍ଭବପର ହୋଇ ନ ଥିଲା । ବିଭିନ୍ନ ଦଳ ପକ୍ଷରୁ ଏହି କାପୁରୁଷ କାର୍ଯ୍ୟକୁ ଘୋର ନିନ୍ଦା କରାଯାଇଛି ।

ସୁରକ୍ଷାକର୍ମୀ ଆତଙ୍କବାଦୀଙ୍କୁ ତନ୍ନ ତନ୍ନ କରି ଖୋଜୁଛନ୍ତି । ଏହା ପୂର୍ବରୁ ବିଜେପି ମଣ୍ଡଳ ଅଧ୍ୟକ୍ଷ ଜସବୀର ସିଂଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମର କରିଥିଲେ । ଜସବୀରଙ୍କ ସହ ତାଙ୍କର ୨ ବର୍ଷୀୟ ପୁତୁରାର ମୃତ୍ୟୁ ମଧ୍ୟ ଘଟିଥିଲା ।

Leave A Reply

Your email address will not be published.