Latest Odisha News

BREAKING NEWS

ପେଗାସସ୍ ମାମଲା, କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ହୋଇଛି ପେଗାସସ ଜାସୁସୀ ମାମଲାର ଶୁଣାଣି । କୋର୍ଟ ନିକଟରେ ସରକାର କିଛି ଲୁଚାଉ ନାହାନ୍ତି ବୋଲି କହିଛନ୍ତି କେନ୍ଦ୍ର ସରକାର । ପେଗାସସ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦାବିରେ ଆଗତ ଏକ ପିଟିସନର ଶୁଣାଣି କରି କୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଥିଲେ । ଇସ୍ରାଏଲୀ ସ୍ପାଇଓ୍ବେୟାର ଜରିଆରେ ଜାସୁସୀ ଚାଲିଥିଲା କି ନାହିଁ ସେ ସମ୍ପର୍କରେ ଉତ୍ତର ରଖିବାକୁ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, କୌଣସି ପ୍ରକାରେ ଜାତୀୟ ନିରାପତ୍ତ ନେଇ ସାଲିସ କରାଯାଇପାରିବ ନାହିଁ । ଏକ ଉପଯୁକ୍ତ କ୍ଷମତାପ୍ରାପ୍ତ କର୍ତ୍ତୃପକ୍ଷ ଏ ସମ୍ପର୍କରେ ତଥ୍ୟ ଦର୍ଶାଇବା ଦରକାର । ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ଉତ୍ତର ରଖିଥିବା ସଲିସିଟିର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ, ଜାତୀୟ ନିରାପତ୍ତା ଦୃଷ୍ଟିରୁ ପେଗାସସ ମାମଲାରେ ସମସ୍ତ ତଥ୍ୟ ପ୍ରକାଶ କରାଯାଇପାରିବ ନାହିଁ । ଗତକାଲି ସୁପ୍ରିମକୋର୍ଟ ନିକଟରେ ସରକାର କହିଥିଲେ ବିଭିନ୍ନ କପୋଳକଳ୍ପିତ ତଥ୍ୟ ଉପରେ ଜାସୁସୀ ମାମଲା ଆଧାରିତ । ଏବଂ ତଥାକଥିତ ମିଡିଆ ରିପୋର୍ଟ ଅନୁସାରେ ପର୍ଯ୍ୟବସିତ । ଯାହାର କୌଣସି ଭିତ୍ତି ନାହିଁ । ତେଣୁ ଏହାର ସତ୍ୟତା ଯାଞ୍ଚ ଲାଗି ଏକ ବିଶେଷଜ୍ଞ କମିଟି ଗଠନ କରାଯିବ । ଇସ୍ରାଏଲୀ ସ୍ପାଏଓ୍ବେର ଯୋଗେ ଦେଶର ବହୁ ରାଜନେତା, ସାମ୍ବାଦିକ, ଆଇନଜୀବୀଙ୍କ ଫୋନ୍ ହ୍ୟାକ୍ କରାଯାଇଥିବା ଅଭିଯୋଗ ହୋଇଥିଲା । ମାମଲାର ଯାଞ୍ଚ ପାଇଁ ସୁପ୍ରିମକୋର୍ଟରେ ଏକାଧିକ ପିଟିସନ ଦାଏର କରାଯାଇଥିଲା ।

Leave A Reply

Your email address will not be published.