ଭୁବନେଶ୍ୱର : ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । କିନ୍ତୁ ହୋଲି ରଙ୍ଗରେ ଥିବା କିଛି କେମିକାଲ ତ୍ୱଚା ଓ କେଶ ଉପରେ କୁପ୍ରଭାବ ପକାଇଥାଏ ।
ଜାଣନ୍ତୁ ହୋଲି ରଙ୍ଗରୁ କିପରି ନିଜ ତ୍ୱଚାକୁ ରକ୍ଷା କରିପାରିବେ…
ସ୍କାର୍ଫ ବ୍ୟବହାର କରନ୍ତୁ- ହୋଲି ଖେଳିବା ସମୟରେ ଆପଣ ଚାହିଁଲେ ମୁଣ୍ଡରେ ସ୍କାର୍ଫ ବାନ୍ଧିପାରିବେ । ଯାହାଫଳରେ ରଙ୍ଗ ଗୁଣ୍ଡ କେଶରେ ପଶିବ ନାହିଁ । ବର୍ତ୍ତମାନ ସମୟରେ ସ୍କାର୍ଫ ଏକପ୍ରକାର ଫ୍ୟାସନ୍ ପାଲଟିଥିବାରୁ ଏହାଦ୍ୱାରା ଆପଣ ଷ୍ଟାଇଲିସ୍ ଦେଖାଯିବ ସହ କେଶକୁ ମଧ୍ୟ ରକ୍ଷା କରିପାରିବେ ।
କେଶରେ ତେଲ ଲଗାନ୍ତୁ- ମୁହଁରେ ତେଲ ଲଗାଇବା ପରି କେଶରେ ମଧ୍ୟ ତେଲ ଲଗାନ୍ତୁ । ଆପଣ ଚାହିଁଲେ ହୋଲି ପୂର୍ବଦିନ ରାତିରେ ମଧ୍ୟ କେଶରେ ତେଲ ଲଗାଇପାରିବେ । ଯାହଫଳରେ କେଶରୁ ରଙ୍ଗ ସହଜରେ ଛାଡିଯିବ ।
କେଶ ଖୋଲା ରଖନ୍ତୁ ନାହିଁ- ପୁରୁଷମାନଙ୍କ କେଶ ଛୋଟ ହୋଇଥିବା କାରଣରୁ ହୋଲି ରଙ୍ଗ ସହଜରେ ଛାଡିଯାଇଥାଏ । କିନ୍ତୁ ମହିଳାଙ୍କ କେଶ ଲମ୍ବା ହୋଇଥିବାରୁ ହୋଲି ଖେଳିବା ସମୟରେ କେଶ ମଧ୍ୟରେ ରଙ୍ଗ ପଶିଯାଇଥାଏ । କେଶ ଧୋଇବାବେଳେ ରଙ୍ଗ ଛଡାଇବାରେ ମଧ୍ୟ ଅସୁବିଧା ହୋଇଥାଏ ।
ହେୟାର ଆସେସୋରିଜ ଲଗାନ୍ତୁ ନାହିଁ- ହୋଲି ଖେଳିବା ସମୟରେ କେଶରେ କୌଣସି ପ୍ରକାର ହେୟାର ଆସେସୋରିଜ ଲଗାନ୍ତୁ ନାହିଁ । ଫଳରେ କେଶ ଛନ୍ଦି ହୋଇଯିବାର ଆଶଙ୍କା ରହିଥାଏ, ଯାହାଦ୍ୱାରା କେଶ ଝଡିବାର ସମ୍ଭାବନା ରହିଥାଏ ।
Comments are closed.