Latest Odisha News

ସେପ୍ଟେମ୍ବର ମଧ୍ୟଭାଗରୁ ଆରମ୍ଭ ହେବ ପିଲାଙ୍କ ଲାଗି ଟିକା ଯୋଗାଣ!

ନୂଆଦିଲ୍ଲୀ: ସେପ୍ଟେମ୍ବର ବେଳକୁ ଜାଇଡସ୍‌ କାଡିଲା ଟିକା ଯୋଗାଣ ଆରମ୍ଭ ହୋଇପାରେ। ଏ ନେଇ ଜାଇଡସ୍ କାଡିଲା ଗ୍ରୁପ୍ ପରିଚାଳନା ନିର୍ଦ୍ଦେଶକ ଶର୍ଭିଲ୍ ପଟେଲ ଶନିବାର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ସେପ୍ଟେମ୍ବର ମଧ୍ୟଭାଗରୁ ZyCoV-D COVID-19 ଟିକା ଯୋଗାଣ ଆରମ୍ଭ କରିବାକୁ ଔଷଧ ସଂସ୍ଥା ଆଶା ରଖିଛି। ଏହା ୧୨ରୁ ୧୮ ବର୍ଷ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ।

BjdElectrycity

ଏକ ଭର୍ଚୁଆଲ୍ ସାମ୍ବାଦିକ ସମ୍ମିଳନୀରେ ପଟେଲ ଏହା ମଧ୍ୟ କହିଛନ୍ତି ଯେ ଆସନ୍ତା ଏକ କିମ୍ବା ଦୁଇ ସପ୍ତାହ ମଧ୍ୟରେ ZyCoV-D ଡୋଜ ଟିକାର ମୂଲ୍ୟ ଘୋଷଣା କରାଯିବ।

“କମ୍ପାନୀ ଏହା ମଧ୍ୟ କହିଛି ଯେ ଅକ୍ଟୋବର ସୁଦ୍ଧା ୧ କୋଟି ଟିକା ଉତ୍ପାଦନ କରିବ। ଏହାର ଅର୍ଥ ଜାନୁଆରୀ ଶେଷ ସୁଦ୍ଧା ୪ ରୁ ୫ କୋଟି ଡୋଜ ଉତ୍ପାଦନ ହୋଇପାରିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.