ଯାଜପୁର :ଋଣ ଆଣି ନଶୁଝିବା ପଡିଲା ମହଙ୍ଗା। ଘରୋଇ ଫାଇନାନ୍ସ କମ୍ପାନୀ ଠାରୁ ଲୋନ ଆଣି ଶୁଝି ନ ପାରିବାରୁ ଯୁବକଙ୍କୁ ଅପହରଣ କରିନେଇଛନ୍ତି କମ୍ପାନୀ କର୍ତ୍ତୁପକ୍ଷ । ଯାଜପୁର ଥାନା କୁସୁମା ପାର୍କ ଅଞ୍ଚଳରୁ ଏକ ଘର ଭିତରୁ ପୋଲିସ ଅପହୃତ ଯୁବକକୁ ଉଦ୍ଧାର କରିଛି। ଅପହରଣ କରିବା ଅଭିଯୋଗରେ ଜଣକୁ ଅଟକ ରଖି ପୋଲିସ ପଚରା ଉଚରା ଜାରି ରଖିଛି।
ଯୁବକଙ୍କ ନାଁ ମାନସ ହୋଇଥିବା ବେଳେ ସେ ଖଣ୍ଡରା ଅଞ୍ଚଳର ବୋଲି ଜଣାପଡିଛି।ସୂଚନା ଅନୁସାରେ ମାନସ କୁସୁମା ଅଞ୍ଚଳର କୋରେସା ବିବିଙ୍କ ଠାରୁ କିଛି ଟଙ୍କା ନେଇଥିଲେ। ଧିରେ ଧିରେ ସୁଧ ଦେଉଥିଲେ। ଗତ କିଛି ଦିନ ହେବ ଅସୁବିଧା ପାଇଁ ଦେଇ ପାରିନଥିଲେ। ଫଳରେ କୋରସା ଓ ଦୁଇ ଜଣ ଯୁବକ ତାଙ୍କୁ ଅପହରଣ କରିନେଇ କୁସୁମା ପାର୍କ ନିକଟ ଏକ ଘରେ ଅଟକ ରଖିଥିଲେ।
ଏହି ଅପହରଣ ପଛରେ ଇଣ୍ଡସ ଇଣ୍ଡି ଫାଇନାନ୍ସ ଓ ଭାରତ ମାନି ଫାଇନାନ୍ସ କମ୍ପାନୀର ହାତ ଥିବା ଖବର ସାମ୍ନାକୁ ଆସିଛି। ମାନସଙ୍କ ପତ୍ନୀ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତାଙ୍କୁ ଉଦ୍ଧାର କରିବା ସହ ଫାଇନାନ୍ସ କମ୍ପାନୀର ଜଣେ ସଦସ୍ୟଙ୍କୁ ଅଟକ ରଖି ପଚରା ଉଚରା କରୁଛି ବୋଲି ଯାଜପୁର ଏସ.ଡି .ପି.ଓ ସୂଚନା ଦେଇଛନ୍ତି।
Comments are closed.