Latest Odisha News

ନୂତନ ଯାନ ପଞ୍ଜୀକରଣ ନିୟମ: ଏଣିକି ସହଜ ହୋଇଯିବ ଟ୍ରାନ୍ସଫର୍‌

ନୂଆଦିଲ୍ଲୀ: ଏଣିକି ଗାଡି ମାଲିକମାନେ ସେମାନଙ୍କ ଗାଡିକୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତର କରିବାରେ କୌଣସି ଅସୁବିଧାର ସମ୍ମୁଖୀନ ହେବେ ନାହିଁ। କାରଣ ଏଥିପାଇଁ ଭାରତ ସରକାର ନୂଆ ନିୟମ ପ୍ରଣୟନ କରିଛନ୍ତି। ଯାହା ଫଳରେ ଲୋକେ ବିନା ବାଧାରେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯାନବାହନ ସ୍ଥାନାନ୍ତର କରିପାରିବେ। ଏଥିପାଇଁ ସରକାର ନୂତନ ପଞ୍ଜୀକରଣ ମାର୍କ “BH-Series ” ଲାଗୁ କରିଛନ୍ତି।

ବର୍ତ୍ତମାନ ଗାଡି ମାଲିକ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେଲେ ଗାଡି ପାଇଁ ଏକ ନୂତନ ପଞ୍ଜୀକରଣ ଚିହ୍ନ ପାଇବା ପ୍ରୟୋଜନ ନାହିଁ। କିନ୍ତୁ ଆପଣଙ୍କ ଗାଡିରେ ଏହି ନୂଆ ବିଏଚ୍ ସିରିଜ୍ ପଞ୍ଜୀକରଣ ଚିହ୍ନ ରହିବା ଜରୁରୀ। ଏହାଦ୍ବାରା ଆପଣ ଏହି ନୂତନ ସୁବିଧାର ଲାଭ ଉଠାଇ ପାରିବେ ଏବଂ ପୁନ – ପଞ୍ଜୀକରଣର ଅସୁବିଧାରୁ ଆଶ୍ବସ୍ତି ପଶିପାରିବେ।

ବର୍ତ୍ତମାନ ବଜାରରେ ଲଞ୍ଚ ହେବାକୁ ଥିବା ସମସ୍ତ ନୂତନ ଯାନକୁ BH ମାର୍କ ଦିଆଯିବ। ଯଦି ଆପଣଙ୍କ ଗାଡିରେ ଏହି ନିର୍ଦ୍ଦିଷ୍ଟ ଚିହ୍ନ ଥିବା ଯାନ ଥିବ ତେବେ ଆପଣଙ୍କୁ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ସ୍ଥାନାନ୍ତରିତ ହେବା ପରେ ଏକ ନୂତନ ପଞ୍ଜୀକରଣ ଚିହ୍ନ ଆଉ ଦରକାର ପଡ଼ିବ ନାହିଁ। ସମସ୍ତ ବିଏଚ୍ ସିରିଜ୍ ଯାନଗୁଡିକ ଏହି ସୁବିଧା ସୁଯୋଗ ନେବାକୁ ସକ୍ଷମ ହେବେ ଏବଂ ସେମାନଙ୍କୁ ଅନ୍ୟ ରାଜ୍ୟରେ ଚଳାଇବା ପାଇଁ ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖାନ ହେବାକୁ ପଡିବ ନାହିଁ। ନାଗରିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସରକାର ଏହି ପଦକ୍ଷେପ ନେଇଛନ୍ତି।

Comments are closed.