Latest Odisha News

BREAKING NEWS

ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ ପୂରଣ କରୁଛି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : ଓଡ଼ିଶା କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ୧୩ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇଛି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସ ଜରିଆରେ ଯୋଗଦେଇ ଆକାଂକ୍ଷୀ ଜିଲ୍ଲାର ଶିକ୍ଷା ଆକାଂକ୍ଷାକୁ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ପୂରଣ କରୁଛି ବୋଲି କହିଛନ୍ତି । ବିବିଧ ସଂସ୍କୃତିରେ ଭରପୁର କୋରାପୁଟ ବିକାଶର ପ୍ରୟୋଗଶାଳା । ବିଶ୍ବବିଦ୍ୟାଳୟର ସାର୍ଥକତା ସେବେ ପୂରଣ ହେବ, ଯେବେ ବିଶ୍ବବିଦ୍ୟାଳୟ ଅବିଭକ୍ତ କୋରାପୁଟ ଅଞ୍ଚଳର ଆଦିବାସୀ ସଂସ୍କତି ଓ ଗରିବ ଲୋକଙ୍କ ଜୀବନ ଧାରଣ ପଦ୍ଧତି ଓ ସାମଗ୍ରିକ ବିକାଶରେ ସହାୟକ ହେବ ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆହୁରି କହିଛନ୍ତି ଯେ, ବିଶ୍ବବିଦ୍ୟାଳୟର ଭୂମିକା କେବଳ ଶିକ୍ଷାଦାନରେ ସୀମିତ ନୁହେଁ, ବରଂ ଦେଶର ଯୁବପିଢ଼ିଙ୍କ ସର୍ବାଙ୍ଗୀତ ବିକାଶରେ ଅତୁଳନୀୟ ଭୂମିକା ନିର୍ବାହ କରେ । ଯୁବପିଢ଼ିଙ୍କ ଆକାଂକ୍ଷାକୁ ପୂରଣ କରିବା ପାଇଁ ପ୍ରୋତ୍ସାହନ ଦେବା ସହ ବୌଦ୍ଧିକ ଶକ୍ତିକୁ ଉଜ୍ଜୀବିତ କରେ । ଏହି ଅବସରରେ ବିଶ୍ବବିଦ୍ୟାଳୟରେ ଥିବା ପ୍ରାଧ୍ୟାପକଙ୍କ ଉଦ୍ରମକୁ ପ୍ରଶଂସା କରିବା ସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବାସ୍ତବିକ କ୍ଷମତାକୁ ଚିହ୍ନିବାରେ ପ୍ରାଧ୍ୟାପକମାନେ ସହାୟକ ହେବେ ।

ଏକବିଂଶ ଶତାଦ୍ଦୀର ନୂରତନ ଭାରତର ସ୍ବପ୍ନକୁ ସାକାର କରିବାକୁ ହେଲେ ଓଡ଼ିଶାର ଏହି କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଭଳି ଅନ୍ୟ ବିଶ୍ବବିଦ୍ୟାଳୟ ଗୁଡିକୁ କଠିନ ପରିଶ୍ରମ ମାଧ୍ୟମରେ ଦକ୍ଷ ତଥା ପ୍ରତିବଦ୍ଧ ନାଗରିକଙ୍କୁ ସୃଷ୍ଟି କରିବାକୁ ପଡ଼ିବ । ଏହି ବିଶ୍ବବିଦ୍ୟାଳୟ ରାଜ୍ୟରେ ଶିକ୍ଷା ଦୃଶ୍ୟପଟ୍ଟରେ ପରିବର୍ତ୍ତନ ଆଣିବା ଦିଗରେ ଉଦାହରଣ ହେବା ଉଚିତ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ କହିଛନ୍ତି ।

Comments are closed.