Latest Odisha News

BREAKING NEWS

କଟକରୁ ବିଜେଡ଼ି ଲୋକସଭା ପ୍ରାର୍ଥୀ ହୋଇପାରନ୍ତି ସୌମ୍ୟରଞ୍ଜନ

କଟକ: ରାଜ୍ୟସଭା ସାଂସଦ ସୌମ୍ୟରଞ୍ଜନ ପଟ୍ଟନାୟକ କଟକରୁ ବିଜେଡ଼ିର ଲୋକସଭା ପ୍ରାର୍ଥୀ ହୋଇପାରନ୍ତି, ଏନେଇ ମିଳିଛି ସୂଚନା ।

କିଛିମାସ ତଳେ ରାଜ୍ୟସଭାକୁ ଯାଇଥିବା ସୌମ୍ୟରଞ୍ଜନଙ୍କୁ ପୁଣିଥରେ ଲଢେଇ ପାରେ ଦଳ । ସୌମ୍ୟରଞ୍ଜନ ଖଣ୍ଡପଡ଼ା ବିଧାନସଭା ଆସନରୁ ପ୍ରାର୍ଥୀ ହେବା ଲାଗି ଆଶାୟୀ ଥିବା ନେଇ ଚର୍ଚ୍ଚା ହେଉଛି । ତେବେ ୨୦୦୯ ମସିହାରେ ଖଣ୍ଡପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିଥିବା ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡ଼ି ପ୍ରାର୍ଥୀ ସିଦ୍ଧାର୍ଥ ଶେଖର ସିଂହଙ୍କଠାରୁ ପ୍ରାୟ ୧୭,୦୦୦ରୁ ଅଧିକ ଭୋଟରେ ପରାସ୍ତ ହୋଇଥିଲେ । ସେହିପରି ୨୦୧୩ ମସିହାରେ କଂଗ୍ରେସକୁ ବହିଷ୍କୃତ ହୋଇଥିଲେ ସୌମ୍ୟରଞ୍ଜନ । କଂଗ୍ରେସରୁ ବାହାରିବା ପରେ ଆମ ଓଡ଼ିଶା ନାମରେ ଏକ ଦଳ ଗଠନ କରିଥିଲେ ସୌମ୍ୟବାବୁ । ସେହିପରି ୨୦୧୪ ନିର୍ବାଚନରେ ଆମ ଓଡ଼ିଶାର ପ୍ରାର୍ଥୀ ଭାବେ ସେ ପୁଣି ଖଣ୍ଡପଡ଼ାରୁ ନିର୍ବାଚନ ଲଢିଥିଲେ । ଏଥର ୨୦୧୪ରେ ମଧ୍ୟ ପରାଜୟର ସ୍ୱାଦ ଚାଖିବାକୁ ପଡ଼ିଥିଲା । ବିଜେଡ଼ି ପ୍ରାର୍ଥୀ ଅନୁଭବ ପଟ୍ଟନାୟକଙ୍କଠାରୁ ୬୦୦ ଭୋଟରେ ପରାସ୍ତ ହୋଇଥିଲେ ସୌମ୍ୟରଞ୍ଜନ ।

ଦୁଇ ଦୁଇ ଥର ଖଣ୍ଡପଡ଼ାରୁ ପରାସ୍ତ ହୋଇଥିଲେ ମଧ୍ୟ ପୁଣିଥରେ ଖଣ୍ଡପଡ଼ାରୁ ଆଶାୟୀ ଅଛନ୍ତି । ତେବେ ଖଣ୍ଡପଡ଼ା ବିଧାନସଭା ଆସନ କଟକ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବାରୁ ଏଠାରୁ ସୌମ୍ୟରଞ୍ଜନଙ୍କୁ ବିଜେଡ଼ି ପ୍ରାର୍ଥୀ କରିବା ନେଇ ସୂଚନା ମିଳିଛି ।

କଟକ ଲୋକସଭା ଆସନରେ ୧୯୯୮ ମସିହାରୁ ୬ଥର ସାଂସଦ ରହିଥିବା ଭର୍ତ୍ତୃହରି ମହତାବଙ୍କୁ ଏଥର ଦଳ ଟିକଟ ଦେଇନପାରେ । ସେହିପରି କଟକ ପାଇଁ ପୂର୍ବତନ ପୋଲିସ ଡ଼ିଜି ପ୍ରକାଶ ମିଶ୍ରଙ୍କୁ ପ୍ରାର୍ଥୀ କରିଛି ବିଜେପି । ଏନେଇ ବିଜେପି ପକ୍ଷରୁ ବିଧିବଦ୍ଧ ଘୋଷଣା ହୋଇସାରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କଟକ ଲୋକସଭା ଆସନର ପ୍ରାର୍ଥୀ ବିଜେଡ଼ି ଘୋଷଣା କରିନାହିଁ । ସେହିପରି କଂଗ୍ରେସ ପକ୍ଷରୁ ଏହି ମର୍ଯ୍ୟାଦାଜନକ ଲୋକସଭା ଆସନର ପ୍ରାର୍ଥୀ ଘୋଷଣା ବାକି ରହିଛି ।

Leave A Reply

Your email address will not be published.