Latest Odisha News

BREAKING NEWS

ଏସିଡ୍ ପିଡିତାଙ୍କ ଲୁକରେ ନଜର ଆସିଲେ ଦିପିକା

ମୁମ୍ବାଇ : ବଲିଉଡ୍ ଜଣାଶୁଣା ଅଭିନେତ୍ରୀ ଦିପିକା ପାଦୁକୋନ୍ ନିଜର ଅପକମିଂ ଫିଲ୍ମ ‘ଛପାକ୍’ର ପ୍ରଥମ ଲୁକ୍ ଶେୟାର କରିଛନ୍ତି । ଏଥିରେ ଦିପିକାଙ୍କ ଲୁକକୁ ଦେଖିଲେ ଯେକେହିବି ହଠାତ୍ ଚିହ୍ନିପାରିବେ ନାହିଁ ।

‘ଛପାକ୍’ ଚଳଚ୍ଚିତ୍ରଟି ଏସିଡ ଆଟାକ୍ ସରଭାଇବର୍ ଲକ୍ଷ୍ମୀ ଅଗ୍ରୱାଲଙ୍କ ଉପରେ ଆଧାରିତ । ଏଥିରେ ଏସିଡ୍ ପିଡିତା ଲକ୍ଷ୍ମୀଙ୍କ ଭୂମିକାରେ ନଜର ଆସିଛନ୍ତି ଦୀପିକା ।

https://www.instagram.com/p/Bvao-MEAT56/?utm_source=ig_web_button_share_sheet

ଫିଲ୍ମର ଫାଷ୍ଟଲୁକ ରିଲିଜ୍ ପରେ ଏହାକୁ ନେଇ ଚର୍ଚ୍ଚା ହେଉଛି। ଏହି ଫିଲ୍ମରେ ଦିପିକା ମାଳତୀ ଚରିତ୍ରରେ ନଜର ଆସିବେ, ଯାହା ଆଖିରେ କିଛି କରିଦେଖାଇବାର ଚମକ ସବୁବେଳେ ଭରି ରହିଥାଏ ।

ଅନ୍ୟତମ ସଫଳ ଚଳଚ୍ଚିତ୍ର ‘ରାଜି’ର ନିର୍ଦ୍ଦେଶକ ମେଘାନ ଗୁଲଜାର ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି । ଏହି ଫିଲ୍ମ ଜାନୁଆରୀ ୧୦, ୨୦୨୦ରେ ପରଦାକୁ ଆସିବ ।

‘ଛପାକ୍’ ସିନେମାରେ ବିକ୍ରାନ୍ତ ମେସି ଏକ ଦିପିକାଙ୍କ ଅପୋଜିଟରେ ନଜର ଆସିବେ। ତେବେ ଦୀପିକା ଏହି ଫିଲ୍ମରେ କେବଳ ମୁଖ୍ୟ ନାୟିକା ନୁହଁ ବରଂ ପ୍ରଯୋଜନା କ୍ଷେତ୍ରରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

Leave A Reply

Your email address will not be published.