Latest Odisha News

BREAKING NEWS

କଂଗ୍ରେସ ପକ୍ଷରୁ ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା

ଭୁବନେଶ୍ୱର: ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି) ର କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ସୋମବାର ସନ୍ଧ୍ୟାରେ ଓଡ଼ିଶାର ୪ଟି ବିଧାନସଭା ଆସନ ଲାଗି ପ୍ରାର୍ଥୀ ତାଲିକା ଘୋଷିତ ହୋଇଛି ।

ଏହି ୪ଜଣ ପ୍ରାର୍ଥୀ ହେଲେ – ଶ୍ୟାମଘନ ପ୍ରଧାନ (ଜି. ଉଦୟଗିରି), ଶମ୍ଭୁନାଥ ପାଣିଗ୍ରାହୀ (ହିଞ୍ଜିଳି), ବିରେନ୍ ସେନାପତି (ରାଉରକେଲା) ଏବଂ ରମେଶ ପୁରୋହିତ (ପାଟଣାଗଡ଼) ।

ଏହି ୪ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ଦଳ ଘୋଷଣା କରିଥିବା ୩ଟି ଆସନରେ ପ୍ରାର୍ଥୀ ବଦଳ କରିଛି । ଜି. ଉଦୟଗିରି ଆସନରେ ଜାକବ ପ୍ରଧାନଙ୍କ ବଦଳରେ ଶ୍ୟାମଘନ ପ୍ରଧାନ, ହିଞ୍ଜିଳି ଆସନରେ ରାମଚନ୍ଦ୍ର ପଣ୍ଡାଙ୍କ ବଦଳରେ ଶମ୍ଭୁନାଥ ଏବଂ ରାଉରକେଲା ଆସନରେ ମୁକ୍ତିକାନ୍ତ ବିଶ୍ୱାଳଙ୍କ ବଦଳରେ ବିରେନଙ୍କୁ ପ୍ରାର୍ଥୀ ଦଳ ଘୋଷଣା କରିଛି ।

କେବଳ ରମେଶ ପୁରୋହିତ ହେଉଛନ୍ତି ଏହି ତାଲିକାରେ ନୂଆ ପ୍ରାର୍ଥୀ ।

Leave A Reply

Your email address will not be published.