ପାରାଦୀପ:ବାଘ ରାସ୍ତାରେ ବୁଲିବାର ଭିଡିଓ ଭାଇରାଲ୍। ପାରାଦୀପ ନିଷିଦ୍ଧାଞ୍ଚଳରେ ବାଘ ରାସ୍ତା ଉପରେ ବୁଲୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି।ଏହା ଦେଖି ଶ୍ରମିକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ପାରାଦ୍ୱୀପ ଗଲ୍ପ କୋର୍ସ ଓ ବନ୍ଦର ନିଷିଦ୍ଧାଞ୍ଚଳ ଜଙ୍ଗଲିଆ ହୋଇଥିବାରୁ ଏବେବି ଅନେକ ସଂଖ୍ୟାରେ ବିଲୁଆ ଓ ହେଟାବାଘ ମଧ୍ୟ ଏଠାରେ ଦେଖାଯାଆନ୍ତି। ମାତ୍ର ସିସିଟିଭି ଫୁଟେଜରେ ବଡ ଓ ଲମ୍ବା ଆକାରର ଦେଖାଯାଉଥିବାରୁ ଲୋକେ ଏହାକୁ ଚିତାବାଘ ବୋଲି ଅନୁମାନ କରୁଛନ୍ତି।
ଗତ ଦୁଇ ବର୍ଷ ତଳେ ଏକ ବିଲେଇ ଗଲ୍ଫ କୋର୍ସ ରାସ୍ତାରେ ଗାଡି ଧକ୍କାରେ ମୃତ୍ୟୁ ହୋଇଥିଲ। । ଏହାର ଆକାରକୁ ନେଇ ଲୋକମାନେ ପ୍ରଥମେ ଏହାକୁ ବାଘ ବୋଲି କହିଥିଲେ। ହେଲେ ବନବିଭାଗ ଏହାକୁ ବଣ ଭୁଆଁ ବିଲେଇ ବୋଲି ସ୍ପଷ୍ଟ କରିଥିଲା। ହେଲେ ଏ ବାଘ ବୁଲିବାର ଭିଡିଓକୁ ନେଇ ଏବେ ବନବିଭାଗ କୌଣସି ସ୍ପଷ୍ଟ କରିନାହିଁ।
Comments are closed.