Latest Odisha News

BREAKING NEWS

ଇସ୍ରାଏଲରେ ସଫଳ ହେଲା ବିଶ୍ବର ଅନ୍ୟତମ ବିରଳ ଅସ୍ତ୍ରୋପଚାର, ଅଲଗା ହେଲା ଦୁଇ ଯାଆଁଳା ଶିଶୁଙ୍କ ମୁଣ୍ଡ

ଇସ୍ରାଏଲ : ଇସ୍ରାଏଲରେ ସଫଳ ହେଲା ବିଶ୍ବର ଅନ୍ୟତମ ବିରଳ ଅସ୍ତ୍ରୋପଚାର । ଦୁଇ ଯାଆଁଳା ଶିଶୁଙ୍କ ମୁଣ୍ଡକୁ କରାଯାଇଛି ଅଲଗା । ଜନ୍ମବେଳେ ଦୁଇ କନ୍ୟା ଶିଶୁଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ନାନା ସମସ୍ୟା ଦେଖା ଦେଇଥିଲା । ସୋରୋକା ମେଡିକାଲ ସେଣ୍ଟରରେ ଦୀର୍ଘ ୧୨ ଘଣ୍ଟାର ଅସ୍ତ୍ରୋପଚାର ପରେ ଦୁଇ ଶିଶୁଙ୍କ ମୁଣ୍ଡକୁ ଅଲଗା କରାଯାଇଥିଲା । ଏହି ବିରଳ ଅସ୍ତ୍ରୋପଚାରରେ ସାମିଲ ହୋଇଥିଲେ ୧୨ରୁ ଅଧିକ ବିଶେଷଜ୍ଞ । ଅପରେସନ ପରେ ଦୁଇ ଶିଶୁଙ୍କ ଅବସ୍ଥା ଭଲ ରହିଛି ।

ସୋରୋକାର ସର୍ଜରୀ ବିଭାଗ ମୁଖ୍ୟ ଏଲଡାଦ ସିବରଷ୍ଟେନ କହିଛନ୍ତି, ଏହି ଅସ୍ତ୍ରୋପଚାର ସଫଳ ହୋଇଛି ଏବଂ ସେମାନେ ସୁସ୍ଥ ଓ ବିପଦମୁକ୍ତ ଅଛନ୍ତି । ଇସ୍ରାଏଲରେ ପ୍ରଥମ ଥର ଲାଗି ଏହି ଅପରେସନ ସଫଳ ହୋଇଥିବା ବେଳେ, ସାରା ବିଶ୍ବରେ ଏ ଧରଣର ୨୦ଟି ଅପରେସନ ହୋଇଛି । ମାସକ ପୂର୍ବରୁ ସେମାନଙ୍କ ମସ୍ତକରେ ବିଭିନ୍ନ ସିଲିକନ ବ୍ୟାଗ ଦେଇ ଚମଡାକୁ ସମ୍ପ୍ରସାରିତ କରାଯାଇଥିଲା । ପରେ ଏହାକୁ ଅପରେସନ ପରେ ମୁଣ୍ଡରେ ବ୍ୟବହାର କରାଯାଇଥିଲା । ଇସ୍ରାଏଲର ସୋରୋକାରେ ଗତ ବର୍ଷ ଅଗଷ୍ଟରେ ଏହି ଦୁଇ କନ୍ୟା ସନ୍ତାନ ଜନ୍ମ ନେଇଥିଲେ । ମାତ୍ର ସେମାନଙ୍କ ମୁଣ୍ଡ ଯୋଡି ହୋଇଥିଲା । ଏହା ଅତ୍ୟନ୍ତ ବିରଳ ସର୍ଜରୀ ଥିଲା ବୋଲି କହିଛନ୍ତି ସୋରୋକା ପେଡିଆଟ୍ରିକ ନ୍ୟୁରୋସର୍ଜରୀ ବିଭାଗର ନିର୍ଦ୍ଦଶକ ଡାକ୍ତର ମିକେ ଗିଡନ ।

Comments are closed.