Latest Odisha News

ସରକାରଙ୍କ ପାର୍ବଣ କଟକଣା ବିରୋଧରେ କଟକରେ ବନ୍ଦ ଡାକରା

କଟକ: ପୂଜା ପାର୍ବଣରେ ସରକାରଙ୍କ କଟକଣାକୁ ବହୁ ପୂର୍ବରୁ ବିରୋଧ ହୋଇଆସୁଛି । ଖାସ କରି ମୂର୍ତ୍ତି ଉଚ୍ଚତାକୁ କେନ୍ଦ୍ର କରି କଟକରେ ବିବାଦ ଦେଖାଦେଇଛି । ସରକାରୀ କଟକଣାକୁ ବିରୋଧ କରି ଆସନ୍ତା ୧୩ ତାରିଖରେ କଟକ ବନ୍ଦ ପାଇଁ ବିଜେପି ଡାକରା ଦେଇଛି ।

ସରକାରଙ୍କ କଟକଣା ଅନୁଯାୟୀ ୪ ଫୁଟ୍ ଉଚ୍ଚତା ତଳକୁ ମୂର୍ତ୍ତି ଓ ପରଦା ପଛରେ ମା’ ଦୁର୍ଗାଙ୍କ ପୂଜା କରିବା ପାଇଁ ସରକାରଙ୍କ ନିଷ୍ପତ୍ତିକୁ ବିଜେପି ଖୋଲାଖୋଲି ବିରୋଧ କରିଛି । ଏହା ମଧ୍ୟରେ କୋଭିଡ୍ କଟକଣା କୋହଳ ହୋଇଛି । ଦୋକାନ ବଜାରଠୁ ଆରମ୍ଭ କରି ମଠ ଓ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଛି । ହେଲେ ଦୁର୍ଗା ପୂଜା ଉପରେ ସରକାରଙ୍କ କଟକଣାକୁ ନେଇ ପ୍ରଶ୍ନ କରିଛନ୍ତି ବିଜେପି ନେତା ସମୀର ଦେ ।

ମା’ ଦୁର୍ଗାଙ୍କ ପୂଜାକୁ ନେଇ କଟକ ସହରର ବିଶେଷ ସ୍ୱତନ୍ତ୍ରତା ରହିଛି । ଏହି କାରଣରୁ କଟକରେ ପୂଜା ପାର୍ବଣ ନୀତି ନିୟମକୁ ସରକାର କଟକଣାରେ ଆବଦ୍ଧ ନକରିବାକୁ ଦାବି ହୋଇଛି । ଆସନ୍ତା ୪ଦିନ ମଧ୍ୟରେ ପୂଜା କଟକଣା ନିଷ୍ପତ୍ତିକୁ ପୁନର୍ବିଚାର କରିବାକୁ ଦାବି କରି କଟକ ନଗର ବିଜେପି ବନ୍ଦ ଡାକରା ଦେଇଛି ।

Comments are closed.