ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ (ବିସିସିଆଇ) ଅଧିନାୟକ ବିରାଟ କୋହଲି ଓ କୋଚ ରବି ଶାସ୍ତ୍ରୀଙ୍କ ଉପରେ ଅସନ୍ତୁଷ୍ଟ ରହିଛି । ଏହାର କାରଣ ହେଲା ଶାସ୍ତ୍ରୀ, କୋହଲି ମନା କରାଯିବା ସତ୍ୱେ ଏକ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏଠାରେ ଉପସ୍ଥିତ ଭୀଡ ଯୋଗୁ ଶାସ୍ତ୍ରୀ କରୋନା ସଂକ୍ରମିତ ହୋଇଥିଲେ । ଏହି ଦୁଇ ଜଣଙ୍କର ଖାମଖିଆଲ ମନୋଭାବ ଯୋଗୁ ସମ୍ପୂର୍ଣ୍ଣ ଟିମ ସଙ୍କଟରେ ପଡି ଯାଇଥିଲା ।
ସୋସିଆଲ ମିଡିଆରେ ଏହି ଇଭେଂଟର ଫଟୋ ବିସିସିଆଇ ସହିତ ଶେୟାର କରାଯାଇଛି । ବୋର୍ଡ ସମ୍ପୂର୍ଣ୍ଣ ଘଟଣା ଯାଂଚ କରିବା ପରେ ପରବର୍ତୀ ପଦକ୍ଷେପ ଗ୍ରହଣ କରିବ । ମାଂଚେଷ୍ଟରରେ ଟିମ ପାଇଁ କରୋନା କଟକଣା ବୃଦ୍ଧି କରାଯାଇଛି । ଶାସ୍ତ୍ରୀଙ୍କ ସମେତ ବୋଲିଂ କୋଚ ଭରତ ଅରୁଣ ଓ ଆଡମିନିଷ୍ଟ୍ରେଟିଭ ମ୍ୟାନେଜର ଗିରିଶ ଡୋଙ୍ଗରଙ୍କୁ ବି ଆଇସୋଲେସନରେ ରଖାଯାଇଛି ।
Comments are closed.