ବରଗଡ: ହାରିଗଲା ମାନବିକତା । ନୁଆଁଖାଇ ପାଇଁ ମାଆକୁ ମୁଖାଗ୍ନି ଦେଲାନି ପୁଅ । ପର୍ଵ ପାଳନ ଉପରେ ଗୁରୁତ୍ୱ ଦେଲା କିନ୍ତୁ ନିଜ ମୃତ ମାଆର ଶବ ସତ୍କାର କରିବା ପାଇଁ ମନାକଲା। ଦୀର୍ଘ ୧୫ଘଣ୍ଟା ମୃତ ଦେହ ପଡ଼ିରହିଲା ପରେ ସମାଜସେବୀ ସଂଗଠନ ସଂକଳ୍ପ ପରିବାର କଲା ସଂସ୍କାର ।
ଘଟଣା ଘଟିଛି ବରଗଡର ପୁରୁଣା ବସଷ୍ଟାଣ୍ଡ ପଛପଟେ ଥିବା ଝୁପୁଡି ପଡ଼ାରେ । ପ୍ରାୟ 60ବର୍ଷୀୟ ମଳି ମିର୍ଧା ଦୀର୍ଘ ଦିନହେଲା ଶଯ୍ୟାଶାୟୀ ଥିବାବେଳେ ନୂଆଁଖାଇ ପୂର୍ବ ଦିନ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ସମୟରେ ପାଖରେ ତାଙ୍କର ସ୍ୱାମୀ ମୁକୁନ୍ଦ ମିର୍ଧା ଓ ତାଙ୍କର ଝିଅ ସଞ୍ଜୁ ମିର୍ଧାଙ୍କ ଶବ ପାଖରେ ବସି ରହିଥିଲେ ।
ହେଲେ ପୁଅ ପାଖରେ ରହୁନଥିବାବେଳେ ପୁଅକୁ ମାଆର ମୃତ୍ୟୁ ଖବର ଦେଇଥିଲେ ସୁଦ୍ଧା ନୂଆଁଖାଇ ଦିନ ପୂଜା ପର୍ବାଣୀ ଦିନ ଆସିପାରିବେ ନାହିଁ ବୋଲି ମନା କରିଦେଇଥିଲେ । ଏପରିକି ଆଜି ନୂଆଁଖାଇ ଦିନ ହୋଇଥିବାରୁ ତାଙ୍କର କୌଣସି ସମ୍ପର୍କୀୟ ମଧ୍ୟ ଆସିନଥିଲେ । ତେଣୁ ନିରୁପାୟ ହୋଇ ଦୀର୍ଘ ୧୫ଘଣ୍ଟା ପର୍ଯ୍ୟନ୍ତ ପଡି ରହିଥିଲା ମୃତ ଶରୀର ।
ପରେ ପଡା ବାସୀଙ୍କଠୁ ଖବର ପାଇଁ ସଂକଲ୍ପ ପରିବାରର ସଦସ୍ୟ ଶନିବାର ସକାଳ ୯ଟା ସମୟରେ ତାଙ୍କ ଘରକୁ ପହଞ୍ଚି ଥିଲେ । ସଂକଲ୍ପ ରଥ ସାହାଯ୍ୟରେ ମୃତଦେହ ଆଣି ସ୍ଥାନୀୟ ଜୀରା ନଦୀ ତଟରେ ଥିବା ସ୍ମସାନ ରେ ସତ୍କାର କରିଥିଲେ ।
Comments are closed.