Latest Odisha News

BREAKING NEWS

ଏଠାରେ ପିଲାଙ୍କୁ ‘ସୁପର୍‌ କିଡ୍‌’ କରିବା ପାଇଁ ଦିଆଯାଏ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’

ବେଜିଂ: ସବୁ ପିତାମାତା ଚାହାନ୍ତି ‌ସେମାନଙ୍କ ପିଲାମାନେ ସମସ୍ତ କ୍ଷେତ୍ରରେ ସଫଳ ହୁଅନ୍ତୁ। ତେବେ ଚାଇନାର ପିତାମାତା ନିଆରା ଢଙ୍ଗରେ ସେମାନଙ୍କ ପିଲାମାନଙ୍କୁ ସୁପର୍‌ କିଡ୍‌ କରିବାକୁ ପ୍ରୟାସ କରିଥାନ୍ତି। ଏଥିପାଇଁ ସେମାନେ ନିଜ ପିଲାମାନଙ୍କୁ ‘ଚିକେନ୍‌ ବ୍ଲଡ୍‌ ଇଞ୍ଜେକସନ୍‌’ ଦେଇଥାନ୍ତି।

ଯେଉଁଥିରେ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ‘ଚିକେନ୍ ବ୍ଲଡ୍ ଇଞ୍ଜେକ୍ସନ୍’ ଦିଅନ୍ତି ଯାହାକୁ ସେମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ ସମସ୍ୟ‌ା ଯେମିତିକି ଇନ୍‌ଫର୍ଟିଲିଟି, କ୍ୟାନ୍ସର ଏବଂ ବ୍ଲାଡ୍‌ନେସରୁ ‘ଉପଶମ’ ଦେଇଥାଏ ବୋଲି ବିବେଚନା କରନ୍ତି। ଏ ନେଇ ସିଙ୍ଗାପୁର ପୋଷ୍ଟରେ ରିପୋର୍ଟ ପ୍ରକାଶ ପାଇଛି।

ଏହି ଚିକେନ୍ ବ୍ଲଡ୍ ଷ୍ଟେରଏଡଗୁଡିକ ମଧ୍ୟ ହାଇପର ଆକ୍ଟିଭିଟିକୁ ବଢାଇଥାଏ ଯାହା ପିଲାମାନଙ୍କୁ ଏକାଡେମିକ୍ ତଥା କ୍ରୀଡା କ୍ଷେତ୍ରରେ ମଧ୍ୟ ଭଲ ପ୍ରଦର୍ଶନ କରିବାରେ ସାହାଯ୍ୟ କରିଥାଏ।

ଚିକେନ୍ ପ୍ୟାରେଣ୍ଟିଂ ଶୈଳୀ ଆମେରିକାରେ ପ୍ରଚଳନ ଥିବା “ହେଲିକପ୍ଟର ପ୍ୟାରେଣ୍ଟିଂ” ସହିତ ସମାନ। ଯେଉଁ ପିତାମାତାମାନେ ଏହି ପ୍ରକାରର ଲାଳନପାଳନ ଅଭ୍ୟାସ କରନ୍ତି ସେମାନେ ବିଶ୍ବାସ କରନ୍ତି ଯେ ସେମାନଙ୍କ ପିଲାମାନଙ୍କ ଲାଗି କେବଳ ଗୋଟିଏ ସ୍କୁଲ କି ଭଲ ଗ୍ରେଡ୍ ଯଥେଷ୍ଟ ନୁହେଁ, ବରଂ ସେମାନଙ୍କୁ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।

Comments are closed.