Latest Odisha News

BREAKING NEWS

ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ‘ ଅତିବଡୀ ଜଗନ୍ନାଥ ଦାସ ‘ଙ୍କ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକଡେମୀ ପକ୍ଷରୁ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେଓଡ଼ିଆ ଭାଗବତକାର ଅତିବଡ଼ି ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମ ଉପଲକ୍ଷେ ପ୍ରାତଃ ସମୟରେ ସଂସ୍କୃତି ଭବନ ପରିସରରେ ଅତିବଡୀ ଜଗନ୍ନାଥ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଏହା ସହ ଅତିବଡୀଙ୍କ ଜନ୍ମସ୍ଥାନ , ପୁରୀ ଜିଲ୍ଲାର କପିଳେଶ୍ୱରପୁରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ , ଏକାଡେମୀର ଅଧ୍ୟକ୍ଷ ହୃଷିକେଶ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତି ସଭା ଆୟୋଜିତ ହୋଇଥିଲା। କୈଳାସ ଚନ୍ଦ୍ର ଟିକାୟତରାୟ, ବଦ୍ରୀ ମିଶ୍ର , ସିଦ୍ଧେଶ୍ଵର ମହାପାତ୍ର ଓ ଜ୍ଞାନାନନ୍ଦ ସାଗର କୁମାର ବେହେରା ପ୍ରମୁଖ ଏହି ସଭାରେ ଯୋଗ ଦେଇଥିଲେ।

ଏହା ସହ ଏକାଡେମୀ ଅଧ୍ୟକ୍ଷ ଶ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ କାର୍ଯ୍ୟକ୍ରମକୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ଉଦଘାଟନ କରିଥିଲେ। ଏଥିରେ କମିଶନର ତଥା ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥି ଭାବେ , ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ , ସମ୍ମାନନୀୟ ଅତିଥି ଏବଂ ଶାସ୍ତ୍ରୀୟ ଓଡ଼ିଆ ଉତ୍କର୍ଷ ଅଧ୍ୟୟନ କେନ୍ଦ୍ର ନିର୍ଦ୍ଦେଶକ ବସନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ।

ସୁଜାତା ପ୍ରିୟଦର୍ଶିନୀଙ୍କ ସଞ୍ଚାଳନରେ ବେଦ ପାଠରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶାଶ୍ୱତୀ ସୋସିଆଲ କଲଚରାଲ ସେଣ୍ଟର ପକ୍ଷରୁ ଭାଗବତ ପାଠ ସହ ସଙ୍ଗୀତ ପରିବେଷଣ କରାଯାଇଥିବା ବେଳେ, ଏକାଡେମୀର ସହ ସଚିବ ପ୍ରଦୀପ କୁମାର ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଏବଂ ଏକାଡେମୀର ଉପ ସଭାପତି ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.