Latest Odisha News

BREAKING NEWS

ଅତିବଡୀ ଜଗନ୍ନାଥ ଦାସଙ୍କ ୫୩୦ତମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ, ଭୁବନେଶ୍ୱର ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଅତିବଡୀ ଜଗନ୍ନାଥ ଦାସଙ୍କ ୫୩୦ତମ ଜୟନ୍ତୀ ପାଳିତ ହୋଇଯାଇଛି ।

ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଶତପଥୀ , ରମେଶ ଚନ୍ଦ୍ର ପାତାଳସିଂ , ଭଞ୍ଜକଳା ମଣ୍ଡପରେ ସ୍ଥାପିତ ଅତିବଡୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

ଅତିବଡୀ ଜଗନ୍ନାଥ ଦାସ ଥିଲେ ପଞ୍ଚସଖା ଯୁଗର ମହାନ ବ୍ୟକ୍ତିତ୍ୱ । ତାଙ୍କ ରଚିତ ଓଡ଼ିଆ ଭାଗବତ ଓଡ଼ିଶାର ଘରେ ଘରେ ସୁପରିଚିତ । ଏହା ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ବହୁ ପ୍ରାସଙ୍ଗିକତା ବହନ କରେ ବୋଲି ଶ୍ରୀ ଶତପଥୀ ମତବ୍ୟକ୍ତ କରିଥିଲେ ।

Leave A Reply

Your email address will not be published.