Latest Odisha News

BREAKING NEWS

ଏଥର ଦିପାବଳୀରେ ରାଜଧାନୀରେ ବାଣ ବ୍ୟାନ୍‌

ନୂଆଦିଲ୍ଲୀ: ଏଥର ରାଜଧାନୀ‌ରେ ବାଣ ଫୁଟିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। ସହରରେ ଭୟଙ୍କର ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀ ଦିଲ୍ଲୀରେ ଏଥର ମଧ୍ୟ ବାଣ ଉପରେ ନିଷେଦ୍ଧାଦେଶ ଜାରି କରିଛନ୍ତି ଦିଲ୍ଲୀ ସରକାର। ବାଣ ସଂରକ୍ଷଣ, ବିକ୍ରୟ ଏବଂ ବ୍ୟବହାର ଉପରେ ବ୍ୟାନ୍‌ ଲାଗାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘୋଷଣା କରିଛନ୍ତି। ସିଏମ ସୋସିଆଲ ମିଡିଆରେ ଉଲ୍ଲେଖ କରିଛନ୍ତି ଯେ, ଗତ ବର୍ଷ ଭଳି ଦିୱାଲୀ ସମୟରେ ଦିଲ୍ଲୀରେ ପ୍ରଦୂଷଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ମଧ୍ୟ ସମସ୍ତ ପ୍ରକାର ଫାୟାରକ୍ରାକର୍‌ ସଂରକ୍ଷଣ, ବିକ୍ରୟ ଏବଂ ଫୁଟାଇବା ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗିବ।

ଏହାପୂର୍ବରୁ ଜୁଲାଇରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ବାଣ ବ୍ୟବହାର ଉପରେ ନ୍ୟାସନାଲ ଗ୍ରୀନ୍ ଟ୍ରିବ୍ୟୁନାଲ (ଏନଜିଟି) ଆଦେଶକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଏହି ଆବେଦନକୁ ଖାରଜ କରିଦେଇଥିଲେ। NGT ର ନିର୍ଦ୍ଦେଶରେ NCR ଏବଂ ଅନ୍ୟାନ୍ୟ ସହରରେ କରୋନା ମହାମାରୀ ସମୟରେ ସମସ୍ତ ଫାୟାରକ୍ରାକର ବିକ୍ରୟ ତଥା ବ୍ୟବହାର ଉପରେ ସମ୍ପୂର୍ଣ୍ଣ ନିଷେଧାଦେଶ ଲାଗୁ କରାଯାଇଥିଲା।

Leave A Reply

Your email address will not be published.