Latest Odisha News

BREAKING NEWS

ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ପ୍ରଡ୍ୟୁସରସ୍‌ ଗିଲ୍ଡ ଅଫ୍‌ ଆମେରିକାର ସଦସ୍ୟ ହେଲେ ଅଭିନେତ୍ରୀ ପ୍ରିୟଙ୍କ ଚୋପ୍ରା। ଏ ନେଇ ‌ପ୍ରୋଡ୍ୟୁସର୍‌ସ ଗିଲ୍ଡ ଅଫ୍‌ ଆମେରିକା ପକ୍ଷରୁ ଘୋଷଣା କରାଯାଇଛି। ଏହା ଏକ ନନ୍‌ ପ୍ରଫିଟ୍‌ ଟ୍ରେଡ୍‌ ସଂସ୍ଥା ଯେଉଁଥିରେ ଚଳଚ୍ଚିତ୍ର, ଟେଲିଭିଜନ୍ ଏବଂ ନ୍ୟୁ ମିଡିଆ ପ୍ରୋଡ୍ୟୁସର୍‌ସ ଅନ୍ତର୍ଭୁକ୍ତ। ଏ ଘୋଷଣା ପରେ ତାଙ୍କ ପ୍ରିୟଙ୍କା ଟ୍ୱିଟରରେ ପ୍ରଡ୍ୟୁସର ଗିଲ୍ଡ ଅଫ୍ ଆମେରିକାର ସଦସ୍ୟ ଭାବରେ ସ୍ୱାଗତ କରିଥିବାରୁ କୃତଜ୍ଞତା ଜଣାଇଛନ୍ତି।

ପ୍ରିୟଙ୍କା ଚୋପ୍ରା ହଲିଉଡରେ ଫିଲ୍ମ ପାଇଁ ବ୍ୟସ୍ତ ଅଛନ୍ତି। ସେ ବର୍ତ୍ତମାନ କିନୁ ରିଭ୍ସଙ୍କ ସହ ତାଙ୍କ ଚଳଚ୍ଚିତ୍ର ‘ଦି ମ୍ୟାଟ୍ରିକ୍ସ: ରେସରେକ୍‌ସନ’ ରିଲିଜକୁ ଅପେକ୍ଷା କରିଛନ୍ତି। ପ୍ରିୟଙ୍କ ଏହା ଭିତରେ ଅନେକ ବଡ଼ ସଫଳତା ହାସଲ କରିଛନ୍ତି। ଅନେକ ପେଷାରେ ତାଙ୍କ ନାଁ ଯୋଡି ହୋଇଛି। ସେ ବର୍ତ୍ତମାନ ନିଜ କାର୍ଯ୍ୟ ପାଇଁ ଆମେରିକାର ପ୍ରଡ୍ୟୁସର ଗିଲ୍ଡର ସଦସ୍ୟ ହୋଇଛନ୍ତି।

ଟୁଇଟରରେ ପ୍ରିୟଙ୍କାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇ ପ୍ରଡ୍ୟୁସର ଗିଲ୍ଡ ଅଫ୍ ଆମେରିକା ଲେଖିଛନ୍ତି, ଅଭିନେତ୍ରୀ, ଗାୟକ ଏବଂ ଚଳଚ୍ଚିତ୍ର ନିର୍ମାତା @ ପ୍ରିୟଙ୍କାଚୋପ୍ରାଙ୍କୁ ସଦସ୍ୟ ଭାବରେ ସ୍ୱାଗତ କରୁଛି।

Leave A Reply

Your email address will not be published.