Latest Odisha News

BREAKING NEWS

ବିଜେଡିରେ ଯୋଗଦେଲେ ଚନ୍ଦ୍ରଶେଖର ମାଝୀ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆରମ୍ଭ ହେଲାଣି ଦଳଡିଆଁ ପର୍ବ । ଆଜି କଂଗ୍ରେସ ହାତ ଛାଡି ବିଜେଡିରେ ଯୋଗଦେଲେ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ର ଶେଖର ମାଝୀ । କୋରାପୁଟ କୋଟପାଡରୁ ପୂର୍ବରୁ ବିଧାୟକ ଥିବା ଚନ୍ଦ୍ର ଶେଖର ଆଜି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ୍ ହୋଇଛନ୍ତିା ନିଜ କର୍ମୀ ଓ ସହ କର୍ମୀଙ୍କ ଉପସ୍ଥିତିରେ ସେ ବିଜେଡିରେ ମିଶିଛନ୍ତି। ।ବିଜେଡିର ଏହି ମିଶ୍ରଣ ପର୍ବରେ ବିଡେଜିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ପ୍ରତାପ ଦେବ, ସୁବାସ ସିଂ ,ରବି ନନ୍ଦ ,ରମେଶ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

୨୦୧୪ ମସିହାରେ କଂଗ୍ରେସରୁ ଟିକେଟ ପାଇ କୋରାପୁଟ କୋଟପାଡର ବିଧାୟକ ହୋଇଥିଲେ ଚନ୍ଦ୍ରଶେଖର ମାଝୀ ।ହେଲେ ୨୦୧୯  ନିର୍ବାଚନରେ ଚନ୍ଦ୍ରଶେଖରଙ୍କୁ ମାତ୍ ଦେଇଥିଲେ ବିଜେଡିର ପଦ୍ମୀନି ଦିଆନ୍। କୋଟପାଡ କଂଗ୍ରେସ ଗଡ଼ ଥିବା ବେଳେ ବିଜେଡି ପ୍ରଥମ ଥର ପାଇଁ ଏଠାରେ ବିଜୟର ବାନା ଉଡାଇଥିଲା। ଆଜି ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳକୁ ଆହୁରି ସୁଦୃଢ କରିବା ପାଇଁ ବିଜେଡିରେ ଚନ୍ଦ୍ରଶେଖର ସାମିଲ ହୋଇଛନ୍ତି।

ଗତକାଲି କଂଗ୍ରେସରୁ ସେ ଇସ୍ତଫା ଦେଇଥିଲେ।ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ସେ ଇସ୍ତଫା ପତ୍ର ପଠାଇଥିଲେ। ନିଜର ବ୍ୟକ୍ତିଗତ କାରଣ ପାଇଁ କଂଗ୍ରେସ ଛାଡୁଛନ୍ତି ବୋଲି ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଚନ୍ଦ୍ରଶେଖର ମାଝୀ।ବିଡେଜିରେ ଚନ୍ଦ୍ର ଶେଖର ସାମିଲ ହେବା ଦ୍ୱାରା ଦଳ ଶକ୍ତିଶାଳୀ ହୋଇଛି। ଆଗାମୀ ନିର୍ବାଚନରେ ବିଜେଡି ପାଇଁ ଏହା ଶୁଭ ସଙ୍କେତ ଅଟେ।

Leave A Reply

Your email address will not be published.