Latest Odisha News

BREAKING NEWS

ବରାଦର କହିଲେ ମୁଁ ସୁସ୍ଥ ଅଛି, ସରକାରରେ କୌଣସି ମତଭେଦ ନାହିଁ

କାବୁଲ: ତାଲିବାନୀ ନେତା ମୁଲ୍ଲା ବରାଦରଙ୍କୁ ନେଇ ଏବେ ଗଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶ ପାଉଛି । ଏହି ସବୁ ମଧ୍ୟରେ ତାଲିବାନୀ ନେତା ଅବଦୁଲ ଗନୀ ବରାଦର ସେ ସୁସ୍ଥ ଅଛନ୍ତି ବୋଲି ଏକ ଭିଡିଓ ମେସେଜ ଜାରୀ କରିଛନ୍ତି । ଆଫଗାନିସ୍ତାନ ସରକାରରେ କୌଣସି ପ୍ରକାର ଅଶାନ୍ତି ଉପୁଜି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ପୂର୍ବରୁ ତାଙ୍କ ମୃତ୍ୟୁ ଖବର ନେଇ ଗୁଜବ ସୃଷ୍ଟି ହେବା ପରେ ବରାଦର ଏକ ଅଡିଓ ମେସଜ ଜାରୀ କରିଥିଲେ । ତାଲିବାନ ସରକାରରେ ହକ୍କାନୀ ନେଟୱର୍କ ଓ ବରାଦରଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ଉପୁଜିଥିବା ନେଇ ଚର୍ଚ୍ଚା ଜୋର ଧରିଛି । ଏପରିକି ଏ ନେଇ ବରାଦରଙ୍କ ଉପରେ ଆକ୍ରମଣ ହୋଇଥିବା ଖବର ପ୍ରକାଶ ପାଇଥିଲା ।

Comments are closed.