Latest Odisha News

BREAKING NEWS

ଜନ୍ମଦିନରେ ମୋଦୀଙ୍କୁ ଉପହାର; ଦିନକରେ ୨ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ: ଜନ୍ମଦିନରେ ପ୍ରଧାନମନ୍ତ୍ରୀଙ୍କୁ ବଡ଼ ଉପହାର। ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ କରୋନା ଟିକାକରଣର ସମସ୍ତ ରେକର୍ଡ ଭାଙ୍ଗିଲା ଭାରତ। ଶୁକ୍ରବାର ଦିନ ପ୍ରାୟ ୨.୫୦ କୋଟି ଲୋକଙ୍କୁ ଟିକାକରଣ କରାଯାଇ ଇତିହାସ ରଚିଛି ଦେଶ।

ଗୋଟିଏ ଦିନରେ ୨.୫୦ କୋଟିରୁ ଅଧିକ କରୋନା ଟିକାକରଣ ହେଉଛି ପିଏମ ମୋଦୀଙ୍କ ଜନ୍ମଦିନରେ ଏକ ବଡ ଉପହାର। ଏହାପୂର୍ବରୁ ଗୋଟିଏ ଦିନରେ ୧.୩୩ କୋଟି ଟିକାକରଣର ରେକର୍ଡ ସୃଷ୍ଟି ହୋଇଥିଲା। ଦିନିକିଆ ଟିକାକରଣରେ ଚାଇନାକୁ ମଧ୍ୟ ଟପିଯାଇଛି ଭାରତ। ଚାଇନାରେ ଦିନିକିଆ ଟିକାକରଣର ରେକର୍ଡ ଥିଲା ପ୍ରାୟ ୨୪.୭ ନିୟୁତ।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଶୁକ୍ରବାର ଦିନ ଟିକାକରଣ ଅଭିଯାନ ଅଧୀନରେ ଅପରାହ୍ନ ୫ ଟା ସୁଦ୍ଧା ୨ କୋଟିରୁ ଅଧିକ ଟିକାକରଣ ଲକ୍ଷ୍ୟ ହାସଲ କରାଯାଇଛି।

Comments are closed.