Latest Odisha News

BREAKING NEWS

ଚାଷଜମିରେ ମହୁଲାସ୍ତ୍ରର ବ୍ୟବହାର

କୃଷି ଭିତ୍ତିକ ନିୟମିତ ସ୍ତମ୍ଭ: ‘ଆମ ଚାଷୀ ଆମ ପରିଚୟ’

ଚାଷଜମିରେ ରାସାୟନିକ ସାର ଓ କୀଟନାଶକର ବହୁଳ ବ୍ୟବହାର ଜମିର ଉର୍ବରତା ହ୍ରାସ କରିବା ସହ ଆଜି ମଣିଷ ସୁସ୍ଥ ପନିପରିବା ମଧ୍ୟ ପାଇପାରୁନାହିଁ । ଖାଦ୍ୟ ମଣିଷର ପ୍ରଥମ ଆବଶ୍ୟକତା ଭାବେ ବିବେଚନା କରାଯାଉଥିବା ବେଳେ ଏହି ବିଷାକ୍ତ ସାର ଓ ବିଷର ପ୍ରୟୋଗ ଯୋଗୁଁ ଶରୀର ମଧ୍ୟ ନିରୋଗ ରହୁ ନାହିଁ । ଏହି ରାସାୟନିକ ସାର ଓ କୀଟନାଶକର ବିକଳ୍ପ ଭାବେ ଏବେ ଜୈବିକ ସାର ଉଭା ହୋଇଛି । ଯାହାର ପ୍ରୟୋଗ ଫଳରେ ଉତ୍ପାଦନର ହାର ବୃଦ୍ଧି ହେବା ସହ ପରିବେଶ ସନ୍ତୁଳନ ରକ୍ଷା ଏବଂ ମଣିଷ ଏକ ନିରାମୟ ଜୀବନଯାପନ କରିପାରେ । ତେବେ ଏହି ପରିପ୍ରେକ୍ଷୀରେ ଜମିରେ ମହୁଲାସ୍ତ୍ର ଓ ସଠାସ୍ତ୍ରର ବ୍ୟବହାର ଚାଷୀ ଭାଇଙ୍କ ପାଇଁ ଏକ ଅଭିନବ ପନ୍ଥା ଅଟେ ।  ଆସନ୍ତୁ ଜାଣିବା ଏହାର ପ୍ରସ୍ତୁତି ଓ ଉପକାରିତା ଓ ପ୍ରୟୋଗ ବିଧି ସମ୍ପର୍କରେ…

 

ମହୁଲାସ୍ତ୍ର- ଚାଷ କ୍ଷେତରେ ରୋଗପୋକ ଚାଷୀମାନଙ୍କ ପାଇଁ ଏକ ମୁଖ୍ୟ ସମସ୍ୟା ଅଟେ । ରୋଗପୋକର ଦମନ ହୋଇପାରିଲେ ହିଁ ଅମଳ ବୃଦ୍ଧି ହେବ । ବିଭିନ୍ନ ଫସଲରେ କବକଜାତୀୟ ରୋଗ ସାଧାରଣତଃ ଅଧିକ ଭାବେ ଦେଖାଯାଇଥାଏ । ମହୁଲାସ୍ତ୍ର ଏହି କବକଜନିତ ରୋଗକୁ ଦମନ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ।

ମହୁଲାସ୍ତ୍ର – ଏଥିରେ ମହୁଲ ଫୁଲର ବ୍ୟବହାର କରାଯାଇଥିବା ଯୋଗୁଁ ଏହାର ନାମକରଣ ଏପରି ହୋଇଛି । ପ୍ରସ୍ତୁତି ପାଇଁ ସାମଗ୍ରୀ- ଗୋମୂତ୍ର(୨ଲିଟର) , ଗୁଡ଼ (୧୦୦ଗ୍ରାମ) , ମହୁଲ ଫୁଲ(୫୦୦ଗ୍ରାମ)
କେମିତି ପ୍ରସ୍ତୁତ କରିବା – ସର୍ବପ୍ରଥମେ ଗୋଟିଏ ହାଣ୍ଡିରେ ଉପରୋକ୍ତ ସମସ୍ତ ସାମଗ୍ରୀ (ଗୋମୂତ୍ର , ଗୁଡ଼ , ମହୁଲଫୁଲ)କୁ ଆବଶ୍ୟକୀୟ
ଅନୁପାତରେ ଏକାଠି ମିଶ।।ଇ ୨୪ଘଣ୍ଟା ଯାଏଁ ରଖନ୍ତୁ । ଏହା ପରେ ଅର୍ଥାତ ୨୪ଘଣ୍ଟା ପରେ ଏହାକୁ ଚୁଲି ଉପରେ ବସାଇ ଫୁଟାନ୍ତୁ । ଅଳ୍ପ ସମୟ ଫୁଟି ସାରିବା ପରେ ଏହାକୁ ଥଣ୍ଡା କରି ଏକ କପଡ଼ା ଦ୍ୱାରା ଛାଣି ବୋତଲରେ ସଂଗ୍ରହ କରି ଛାଇ ସ୍ଥାନରେ ରଖିବେ  ଏହାପରେ ମହୁଲାସ୍ତ୍ର ବ୍ୟବହାର ଉପଯୋଗୀ ହୋଇଥାଏ ।

ପ୍ରୟୋଗ ବିଧି- କବକଜନିତ ରୋଗ ଦାଉରୁ ରକ୍ଷା ପାଇବା ପାଇଁ ୧୫ଲିଟର ପାଣିରେ ୫୦-୬୦ମିଲି ମହୁଲାସ୍ତ୍ର ମିଶାଇ ଗଛରେ ସ୍ପ୍ରେ କରନ୍ତୁ । ଏହା ବ୍ୟତୀତ ଧାନ ଗଛର ପତ୍ରପୋଡ଼ା ରୋଗରୁ ରକ୍ଷା ନିମନ୍ତେ ଏହାକୁ ୧୫ଲିଟର ପାଣିରେ ୨୫୦ମିଲି ପକାଇ ସ୍ପ୍ରେ କରିପାରିବେ ।

Leave A Reply

Your email address will not be published.