ମୁମ୍ବାଇ : ବଲିଉଡ୍ ର ଫେମସ୍ ଗୀତିକାର ତଥା ଲେଖକ ଜାଭେଦ ଅଖତର ଓ ଅଭିନେତ୍ରୀ କଙ୍ଗନା ରଣାୱତ ମାନହାନୀ ମାମଲା ।ଏହି ମାମଲାର ଶୁଣାଣି ଆଜି ମୁମ୍ବାଇ ସ୍ଥିତ ଅନ୍ଧେରୀ କୋର୍ଟରେ ହୋଇଛି । ଜାଭେଦ କଙ୍ଗନାକୁ ଘରକୁ ଡାକି ଧମକ ଦେଇଥିବା ନେଇ କଙ୍ଗନା ରାଣାୱତ ଅଭିଯୋଗ ଆଣିଛନ୍ତି। କଙ୍ଗନା ରଣାୱତ ଙ୍କ ଓକିଲ ରିଜବାନ ସିଦ୍ଧିକ କହିଛନ୍ତି ଯେ ଜାଭେଦ ଅଖତର କଙ୍ଗନାଙ୍କୁ ଘରକୁ ଡାକି ସୁଇସାଇଡ କରିବାକୁ ମଧ୍ୟ ଧମକ ଦେଇଥିଲେ । ଆହୁରି ଅନେକେ କଥା ମଧ୍ୟ କହିଥିଲେ ଜାଭେଦ । ହେଲେ କଙ୍ଗନା ସେ ସମୟରେ ଚୁପ୍ ରହିଥିଲେ ।
ଏହାକୁ ବିରୋଧ କରି କଙ୍ଗନା ବର୍ତ୍ତମାନ ଜାଭେଦଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି। ଅନ୍ୟପଟେ କଙ୍ଗନାଙ୍କ ଓକିଲ କହିଛନ୍ତି ଯେ ଯଦି ଜାବେଦଙ୍କ ଏହି ମାମଲା ଜଡିତ ନାହାନ୍ତି । ସେ କାହିଁକି ଆଜି କୋର୍ଟ ଆସିଛନ୍ତି। ଜାଭେଦ କାହିଁକି କଙ୍ଗନାଙ୍କୁ ନିଜ ଘରକୁ ଡାକିଥିଲେ ବୋଲି ଓକିଲ ପ୍ରଶ୍ନ କରିଛନ୍ତି।ଅନ୍ୟପଟେ କଙ୍ଗନାଙ୍କ ସ୍ୱାସ୍ଥ୍ୟଅବସ୍ଥା ଠିକ୍ ନଥିବା ମଧ୍ୟ ଓକିଲ କହିଛନ୍ତି। ତାଙ୍କ ନାଁରେ ବାରମ୍ବାର ୱାରେଣ୍ଟ କାହିଁକି ଆସୁଛି ବୋଲି କଙ୍ଗନାଙ୍କ ଓକିଲ ନ୍ୟାୟଳୟକୁ ପ୍ରଶ୍ନ କରିଛନ୍ତି।
ଏହା ପୂର୍ବରୁ ମଧ୍ୟ ଅନେକ ବାର କଙ୍ଗନା କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ଓକିଲ ଅଛନ୍ତି ହେଲେ । ତାଙ୍କୁ ଏତେଥର କୋର୍ଟକୁ ଡାକିବାର କଣ ଯଥାର୍ଥତା ରହିଛି ବୋଲି କଙ୍ଗନା ପ୍ରଶ୍ନ କରିଛନ୍ତି । ଅନ୍ୟପଟେ କୋର୍ଟ କଙ୍ଗନାଙ୍କ ଉପରେ କଡା ମନ୍ତବ୍ୟ ଦେଇଥିଲେ ଯେ ତାଙ୍କୁ ବାରମ୍ବାର ଡକାଯିବା ସତ୍ୱେ ସେ କାହିଁ କି ଶୁଣାଣି ସମୟରେ ଉପସ୍ଥିତ ରହୁ ନାହାନ୍ତି। ଯଦି ସେ ସେପ୍ଟେମ୍ବର ୨୦ ରେ ହାଜର ନହୁଅନ୍ତି ତାଙ୍କ ବିରୋଧରେ ଗିରଫ ୱାରେଣ୍ଟ ଜାରି କରାଯିବ। କୋର୍ଟର କଡା ନିସ୍ପତି ପରେ କଙ୍ଗନା କୋର୍ଟରେ ହାଜର ହୋଇଥିଲେ ।
ଏହି ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧ରେ ହେବା । ଅନ୍ୟପଟେ ଅନ୍ୟପଟେ କଙ୍ଗନାଙ୍କ ଓକିଲ ଏହି ମାମଲାକୁ ଟ୍ରାନ୍ସଫର କରାଇ ନେବାକୁ ଆପ୍ଲିକେସନ ପକାଇଛନ୍ତି ଏହା ଉପରେ ଶୁଣାଣି ୧୫ ନଭେମ୍ବରରେ ହେବ।
Comments are closed.