Latest Odisha News

BREAKING NEWS

ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ରାଜ କୁନ୍ଦ୍ରାଙ୍କୁ ମିଳିଲା ଜାମିନ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶୀଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜୁ କୁନ୍ଦ୍ରାଙ୍କ ଆଜି ଅଶ୍ଲୀଳ ଫିଲ୍ମ ନିର୍ମାଣ ମାମଲାରେ ଜାମିନ ମିଳିଛି । ମୁମ୍ବାଇ ହାଇକୋର୍ଟ ୨ ମାସ ହେବ ଜେଲରେ ରହିବା ପରେ କୁନ୍ଦ୍ରାଙ୍କୁ ଜାମିନ ପ୍ରଦାନ କରିବା ସହ ୫୦,୦୦୦ ଟଙ୍କାର ବଣ୍ଡ ଦେବାକୁ କହିଛନ୍ତି । ଜୁଲାଇରେ ରାଜ ଓ ତାଙ୍କ ସହଯୋଗୀ ରିଆନ ଥୋର୍ପେ ଏହି ମାମଲାରେ ଗିରଫ ହୋଇଥିଲେ ।

ମୁମ୍ବାଇର ମଡ ଅଂଚଳରେ ଥିବା ଏକ ବଙ୍ଗଳା ଉପରେ ଚଢ଼ାଉ କରି ମୁମ୍ବାଇ ପୋଲିସ ରାଜଙ୍କ ବିରୋଧରେ ବଳିଷ୍ଠ ପ୍ରମାଣ ପାଇଥିଲେ । ଏଠାରେ ଅଶ୍ଲୀଳ ଫିଲ୍ମର ଶୁଟିଂ ଚାଲିଥିଲା । ସେମାନଙ୍କ ବିରୋଧରେ ୧୪୬୭ ପୃଷ୍ଠାର ସପ୍ଲିମେଂଟାରୀ ଚାର୍ଜଶିଟ ଦାଖଲ କରାଯାଇଥିଲା । ଜାମିନ ପ୍ରଦାନ କରିବା ସହ କୋର୍ଟ ତାଙ୍କୁ ବିନା ଅନୁମତିରେ ସହର ନ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଛି ।

Leave A Reply

Your email address will not be published.