Latest Odisha News

ସାହସୀ ସାମ୍ବାଦିକ ଅରିନ୍ଦମଙ୍କ ବିୟୋଗରେ ପୁରୀ ସିଂହଦ୍ବାର ନିକଟରେ ଦୀପଦାନ

ପୁରୀ : ଅପରେସନ ଗଜରାଜ ସମୟରେ ଓଡ୍ରାଫ୍ ବୋଟ୍ ବୁଡି ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଛି । ଭରା ନଦୀରେ ଖବର ସଂଗ୍ରହ କରୁଥିବା ସମୟରେ ଓଡ୍ରାଫ୍ ବୋଟ୍ ବୁଡିଯିବାରୁ ତାଙ୍କର ଦେହାନ୍ତ ହୋଇଛି । ଅରିନ୍ଦମଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯିବା ସହ ତାଙ୍କ ମୃତ୍ୟୁକୁ ସହଜରେ କେହି ଗ୍ରହଣ କରିପାରୁନାହାନ୍ତି ।

କର୍ମବୀର ଅରିନ୍ଦମଙ୍କ ବିୟୋଗରେ ରାଜ୍ୟର ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳି ଯାଇଛି । ଯୁବ ସାମ୍ବାଦିକ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି କାମନା ପାଇଁ ପୁରୀ ସିଂହଦ୍ବାର ନିକଟରେ ଦୀପ ଦାନ କରାଯାଇଛି । ଅରିନ୍ଦମ ଜଣେ କର୍ମ ପରାୟଣ, ମେଳାପୀ ସ୍ବଭାବର ବ୍ୟକ୍ତି ଥିଲେ । ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକ ସନ୍ତପ ପରିବାର ବର୍ଗଙ୍କୁ ଶକ୍ତି ଦେବାକୁ ମହାପ୍ରଭୁଙ୍କ ନିକଟରେ ପାର୍ଥନା କରାଯାଇଛି ।

Leave A Reply

Your email address will not be published.