ବାଲେଶ୍ୱର: ଆସୁଛି ବାତ୍ୟା ଗୁଲାବ । ଅସ୍ଥିର ରହିଛି ସମୁଦ୍ର । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ତାଳସରୀ ସମୁଦ୍ର ମୁହାଣରେ ଭାସିଗଲେ ଦୁଇ ପର୍ଯ୍ୟଟକ । ଗୋଟିଏ ପଟେ ଗୁଲାବକୁ ନେଇ ସ୍ଥାନୀୟ ପ୍ରଶାସନ ପ୍ରସ୍ତୁତି ଚଳାଇଥିବାବେଳେ ଏଭଳି ଏକ ଖବର ଚିନ୍ତାର କାରଣ ପାଲଟିଛି ।
ମିଳିଥିବା ରିପୋର୍ଟ ଅନୁଯାୟୀ ଆଜି ପଶ୍ଚିମବଙ୍ଗର ୫ଜଣ ବନ୍ଧୁ ମଧ୍ୟାହ୍ନରେ ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇଜଣ ଗଭୀର ପାଣିରେ ଭାସିଯାଇଥିଲେ । ଏହି ଖବର ବିଜୁଳି ବେଗରେ ପ୍ରଚାରିତ ହେବା ପରେ ମେରାଇନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସବିଶେଷ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ସୁଦ୍ଧା ନିଖୋଜ ଦୁଇଜଣଙ୍କର କୌଣସି ଖୋଜ ଖବର ମିଳିପାରିନି ।
Comments are closed.