କେନ୍ଦୁଝର : ପ୍ରସବ ଯନ୍ତ୍ରଣା ଭୋଗୁଥିବା ମାଈ ହାତୀର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ୧୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ପ୍ରସବ ବେଦନା ଯୋଗୁଁ ଜଙ୍ଗଲରେ ଘୁରି ବୁଲୁଥିଲା । ଗତକାଲି ଏହି ହାତୀକୁ ଅଚେତ୍ କରି ଭୁବନେଶ୍ବରରୁ ଯାଇଥିବା ବିଶେଷଜ୍ଞ ଦଳ ଅପରେସନ କରିଥିଲେ । ପରେ ଏକ ମୃତ ଛୁଆ ଜନ୍ମ ହୋଇଥିଲା । କିନ୍ତୁ ଏହା ପରେ ମାଈ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ହାତୀଟି ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଡିଏଫଓ ଡି.ଡି ହନୁମତ, ଚମ୍ପୁଆ ରେଞ୍ଜର ସଂଜୀବ ରାଉତ ଉପସ୍ଥିତ ରହି ସ୍ଥିତି ଅନୁଧାନ କରିଛନ୍ତି । ମା’ ହାତୀର ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି । ଠିକ୍ ସମୟରେ ହାତୀର ପ୍ରସବ କରାନଯିବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପରେ ହାତୀଟିକୁ ପୋତି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଧିକାରୀ ସଂଜୀବ ରାଉତ ।
BREAKING NEWS
- ଚେନ୍ନାଇର କ୍ରମାଗତ ଦ୍ୱିତୀୟ ପରାଜୟ
- Earthquake: ଥରିଲା ଉତ୍ତର ଭାରତ;ଭୂମିକମ୍ପର କେନ୍ଦ୍ରସ୍ଥଳ…
- Terror module:ପାକ୍ ହ୍ୟାଣ୍ଡଲରଙ୍କ ସହ ଲିଙ୍କ୍ ଥିବା ‘ଆତଙ୍କବାଦୀ ମଡ୍ୟୁଲ୍’ର ୪ସଦସ୍ୟଙ୍କୁ ଗିରଫ କଲା ATS
- ମାଲଦାରେ ୭ ନ୍ୟାୟିକ ଅଧିକାରୀଙ୍କୁ ଘେରାଉ ଘଟଣା; ମାଲଦାରେ ଯାଞ୍ଚ କରୁଛି ଏନଆଇଏ ଟିମ୍
- ଜନ୍ମ କଲା ମାଆକୁ ବିଷ ଖୁଆଇ ହତ୍ୟା କଲା ପୁଅ; ଗଛରେ ବାନ୍ଧି ପିଟିଲେ ଗ୍ରାମବାସୀ
- ଅଧିନାୟକ ପଦ ହରାଇବେ କି ରାହାଣେ
- ୭୦୦ କୋଟି ଟଙ୍କାର ଅଫର ଗ୍ରହଣ କଲେନି ରାମାୟଣର ମେକର୍ସ
- ଖୁବଶୀଘ୍ର ଝାରସୁଗୁଡା ବିମାନ ବନ୍ଦରରୁ ଆରମ୍ଭ ହେବ ଏୟାର କାର୍ଗୋ ସେବା
- ୨୦୨୫-୨୬ ଆର୍ଥିକ ବର୍ଷରେ ସମୁଦାୟ ୪୪.୮୨ ମିଲିଅନ୍ ଟନ୍ ଖଣିଜ ଉତ୍ପାଦନ ରେକର୍ଡ
- ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
Comments are closed.