କେନ୍ଦୁଝର : ପ୍ରସବ ଯନ୍ତ୍ରଣା ଭୋଗୁଥିବା ମାଈ ହାତୀର ମୃତ୍ୟୁ । କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କାଳିକା ପ୍ରସାଦ ସଂରକ୍ଷିତ ଜଙ୍ଗଲରେ ୧୫ ବର୍ଷୀୟ ମାଈ ହାତୀର ମୃତ୍ୟୁ ହୋଇଛି । ଦୁଇ ଦିନ ଧରି ପ୍ରସବ ବେଦନା ଯୋଗୁଁ ଜଙ୍ଗଲରେ ଘୁରି ବୁଲୁଥିଲା । ଗତକାଲି ଏହି ହାତୀକୁ ଅଚେତ୍ କରି ଭୁବନେଶ୍ବରରୁ ଯାଇଥିବା ବିଶେଷଜ୍ଞ ଦଳ ଅପରେସନ କରିଥିଲେ । ପରେ ଏକ ମୃତ ଛୁଆ ଜନ୍ମ ହୋଇଥିଲା । କିନ୍ତୁ ଏହା ପରେ ମାଈ ହାତୀଟି ଅସୁସ୍ଥ ହୋଇ ପଡ଼ିଥିଲା । ବନ୍ୟ ପ୍ରାଣୀ ଚିକିତ୍ସକଙ୍କ ଦ୍ବାରା ହାତୀଟି ଚିକିତ୍ସିତ ହେଉଥିବା ବେଳେ ଆଜି ସନ୍ଧ୍ୟାରେ ତାର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ଡିଏଫଓ ଡି.ଡି ହନୁମତ, ଚମ୍ପୁଆ ରେଞ୍ଜର ସଂଜୀବ ରାଉତ ଉପସ୍ଥିତ ରହି ସ୍ଥିତି ଅନୁଧାନ କରିଛନ୍ତି । ମା’ ହାତୀର ମୃତ୍ୟୁକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଦୁଃଖ ପ୍ରକାଶ କରିଛନ୍ତି । ଠିକ୍ ସମୟରେ ହାତୀର ପ୍ରସବ କରାନଯିବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ୍ୟୁ ପରେ ହାତୀଟିକୁ ପୋତି ଦିଆଯାଇଛି ବୋଲି ସୂଚନା ଦେଇଛନ୍ତି ରେଞ୍ଜ ଅଧିକାରୀ ସଂଜୀବ ରାଉତ ।
BREAKING NEWS
- ନିର୍ବାଚନ ବେଳେ ଚିଟଫଣ୍ଡ ପ୍ରସଙ୍ଗ, ଆଭିମୁଖ୍ୟରେ ଆନ୍ତରିକତା ରହିଛି ନା ଭୋଟ୍ ବ୍ୟାଙ୍କ ରାଜନୀତି?
- ୯୯.୭୦ ପ୍ରତିଶତ ନମ୍ବର ରଖି ଟପ୍ପର ହୋଇଥିଲେ ଛାତ୍ରୀ, ଏବେ ବ୍ରେନ ହେମରେଜ୍ରୁ ମୃତ୍ୟୁ
- ରାହୁଲ ଗାନ୍ଧୀଙ୍କୁ ମୋଦୀଙ୍କ ଜବାବ: ଅସାଧୁ ଉପାୟରେ ଫାଇଦା ଦେଇଥିଲେ ଫାଶୀ ଖୁଣ୍ଟରେ ଝୁଲିବାକୁ ପ୍ରସ୍ତୁତ
- ପୁରୀରେ ରୋଡ୍ ସୋ ପୂର୍ବରୁ ଶ୍ରୀମନ୍ଦିର ଯାଇ ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ: ସମ୍ବିତ ପାତ୍ର
- ଗଞ୍ଜାମରେ ନିର୍ବାଚନ ହିଂସାକୁ ଦେଖି ୨୦ରେ ମତଦାନ ବେଳେ ସିଏପିଏଫର ୨୦ କମ୍ପାନୀ ମୁତୟନ କରାଯିବ
- ଆଇଟିଏଫ ଜୁନିୟର ଗ୍ରାଣ୍ଡସ୍ଲାମ ଡେଭେଲପମେଂଟ ପ୍ରୋଗ୍ରାମ ପାଇଁ ଚୟନ ହେଲେ ଓଡିଶାର ଆହାନ
- ଜୀବନପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ
- ଚାରିଧାମ ଯାତ୍ରା ବେଳେ ଭିଡିଓ କିମ୍ବା ରିଲ୍ସ କରିପାରିବେନି ଭକ୍ତ
- ସପରିବାର ବେଙ୍ଗାଲୁରରେ ପଂହଚିଲେ ଧୋନୀ, ନେବେ କି ଅବସର !
- ଯଦି ବିକାଶ ହୋଇଛି ଓଡ଼ିଶାରେ ଦାଦନ ସମସ୍ୟା କାହିଁକି ଚରମ ସୀମାରେ: ଖଡ଼ଗେ