Latest Odisha News

BREAKING NEWS

ମନ ପରିବର୍ତ୍ତନ କଲେ ଜେବିଙ୍କ ପୁଅ, ଲଢିବେନି ବେଗୁନିଆରୁ ନିର୍ବାଚନ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ବେଗୁନିଆ ବିଧାନସଭା ଆସନରୁ ନିର୍ବାଚନ ଲଢିବା ନେଇ ଅନିଚ୍ଛା ପ୍ରକାଶ କରିଛନ୍ତି ।

ଅଖିଳ ଭାରତୀୟ କଂଗ୍ରେସ କମିଟିର କେନ୍ଦ୍ରୀୟ ନିର୍ବାଚନ କମିଟି ମଙ୍ଗଳବାର ରାତିରେ ପ୍ରାର୍ଥୀ ଚୟନ କରିଥିଲେ ।

ଓଡିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ସଭାପତି ନରଞ୍ଜନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି, ପୃଥ୍ୱୀ ତାଙ୍କୁ ଭେଟି ନିର୍ବାଚନ ଲଢିବାକୁ ଇଚ୍ଛା ନଥିବା ସମ୍ପର୍କରେ ଅବଗତ କରାଇଥିଲେ ।

ଆହୁରି ମଧ୍ୟ ପୃଥ୍ୱୀ ବେଗୁନିଆ ଆସନରୁ ନିର୍ବାଚନ ଲଢିବା ନେଇ ପ୍ରସ୍ତୁତ ନାହାନ୍ତି ଏବଂ ଆମକୁ ଖୁବଶୀଘ୍ର ନୂତନ ପ୍ରାର୍ଥୀ ମିଳିବେ ବୋଲି ନିରଞ୍ଜନ ସୂଚନା ପ୍ରଦାନ କରିଛନ୍ତି ।

ନିଜ ପିତାଙ୍କ ଆସନ ବେଗୁନିଆରୁ ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଥିବା ପୃଥ୍ୱୀଙ୍କ ଏଭଳି ଅଚାନକ ମନ ପରିବର୍ତ୍ତନର କାରଣ ସମ୍ପର୍କରେ ଜଣାପଡିନାହିଁ ।

Leave A Reply

Your email address will not be published.