Latest Odisha News

BREAKING NEWS

ବଲାଙ୍ଗିରରେ ଇସ୍ତଫା ଦେଲେ ୯ କଂଗ୍ରେସ ନେତା

ବଲାଙ୍ଗିର : ଆଗାମୀ ସାଧାରଣ ନିର୍ବାଚନ ଅବ୍ୟବହିତ ପୂର୍ବରୁ ବଲାଙ୍ଗିରରୁ ପ୍ରାୟ ୯ ଜଣ କଂଗ୍ରେସ ନେତା ଦଳ ଛାଡିଛନ୍ତି, ଯାହାଫଳରେ କଂଗ୍ରେସକୁ ବଡ ଝଟକା ଲାଗିଥିବା ନେଇ ରାନୈତିକ ମହଲରେ ଚର୍ଚ୍ଚା ହେଉଛି ।

ବଲାଙ୍ଗିରରୁ ଅନେକ ବରିଷ୍ଠ ନେତାମାନଙ୍କ ସହ ଓପିସିସି ଜେନେରାଲ ସେକ୍ରେଟେରୀ ଲକ୍ଷ୍ମଣ ମେହେର, ପୂର୍ବତନ ଜିଲ୍ଲା ଅଧ୍ୟକ୍ଷ ଭଗବାନ ବର୍ଗତୀ ଏବଂ ଦଳର ଦେଓଗାଁ ବ୍ଲକ ଅଧ୍ୟକ୍ଷ ରୀନା ମେହେର ପ୍ରମୁଖ ବୁଧବାର ଦିନ ଦଳରୁ ଇସ୍ତଫା ପ୍ରଦାନ କରିଛନ୍ତି ।

ଇସ୍ତଫା ପ୍ରଦାନ କରିଥିବା ନେତାଙ୍କ ମଧ୍ୟରେ ବଲାଙ୍ଗିର ନଗର ପାଳିକାର ପୂର୍ବତନ ଚେୟାରମ୍ୟାନ୍ ପ୍ରଦୀପ ସାହୁ, ପୂର୍ବତନ ଜିଲ୍ଲା କଂଗ୍ରେସ ଲିଗଲ ସେଲର ଅଧ୍ୟକ୍ଷ ପ୍ରବୀଣ ମିଶ୍ର, ବଲାଙ୍ଗିର ଡିସିସିର ପୂର୍ବତନ ଉପାଧ୍ୟକ୍ଷ ରାଧାକନ୍ତ ନାୟକ, ଜନ୍ମେଞ୍ଜୟ ସାହୁ, ମହେନ୍ଦ୍ର ଜଳ ଏବଂ ପ୍ରଦ୍ୟୁମ୍ନ କୁମାର ମିଶ୍ର ସାମିଲ ରହିଛନ୍ତି ।

ଶ୍ରୀଯୁକ୍ତ ମିଶ୍ର ବିରୋଧି ଦଳର ନେତୃତ୍ୱ ନେବାରେ ବିଫଳ ହୋଇଥିବା ଅଭିଯୋଗ କରି ଏହି ନେତାମାନେ ଦଳ ଛାଡିଥିବା ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.