ଭୁବନେଶ୍ୱର: ହକି ଇଣ୍ଡିଆ ଶନିବାର ଜାତୀୟ ସିନିୟର ପୁରୁଷ ସମ୍ଭାବ୍ୟ ଦଳ ଘୋଷଣା କରିଛି । ଏହି ୩୦ ଜଣିଆ ଦଳରେ ଓଡିଶାର ୬ଜଣ ଖେଳାଳୀ ସ୍ଥାନ ପାଇଛନ୍ତି । ସେମାନେ ହେଲେ ଅମିତ ରୋହିଦାସ୍, ଦୀପସାନ ତିର୍କୀ, ଶିଲାନ୍ଦା ଲାକ୍ରା, ନିଲମ ସଂଜୀପ ସେସ୍, ସୁମନ ବେକ୍ ଓ ଆଶିଷ କୁମାର ଟୋପ୍ନୋ। ନିକଟରେ ଶେଷ ହୋଇଥିବା ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ପୁରୁଷ ଦଳ ଐତିହାସିକ ପ୍ରଦର୍ଶନ କରି ୪୧ ବର୍ଷ ପରେ ବ୍ରୋଞ୍ଜ ପଦକ ଜିତିଥିଲେ । ଏଥିରେ ବୀରେନ୍ଦ୍ର ଲାକ୍ରା ଓ ରୋହିଦାସଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା । ବୀରେନ୍ଦ୍ର ଅବସର ଘୋଷଣା କରିଛନ୍ତି । ବାଙ୍ଗାଲୋର ସାଇ ସେଂଟରରେ ଅକ୍ଟୋବର ୪ରୁ ଏହି ପ୍ରଶିକ୍ଷଣ ଶିବିର ଆରମ୍ଭ ହେବ । ବ୍ୟସ୍ତବହୂଳ ୨୦୨୨ ସିଜନ ପାଇଁ ହକି ଇଣ୍ଡିଆ ଏହି ଶିବିର ଆୟୋଜନ କରିଛି ।
ଜାତୀୟ ଶିବିର ପାଇଁ ମନୋନୀତ ଖେଳାଳି: ପିଆର ଶ୍ରୀଜେଶ, କ୍ରିଷ୍ଣା ବାହାଦୂର ପାଠକ, ସୁରଜ କରକେରା, ହରମନପ୍ରୀତ ସିଂ, ଦିଲପ୍ରୀତ ସିଂ, ସୁରେନ୍ଦ୍ର କୁମାର, ଗୁରିନ୍ଦର ସିଂ, ଅମିତ ରୋହିଦାସ, ମନପ୍ରୀତ ସି. ହାର୍ଦ୍ଦିକ ସିଂ, ନୀଳକାନ୍ତ ଶର୍ମା, ଭିଭେକ ସାଗର ପ୍ରସାଦ, ସିମ୍ରନଜିତ ସିଂ, ଆକାଶଦୀପ ସିଂ, ମନଦୀପ ସିଂ, ଲଳିତ କୁମାର ଉପାଧ୍ୟାୟ, ଗୁରୁସାହିବଜିତ ସିଂ, ଶମଶେର ସିଂ, ବରୁଣ କୁମାର, ଯମନପ୍ରୀତ ସିଂ, ଦୀପଶାନ ତିର୍କୀ, ନୀଲମ ସଞ୍ଜୀପ ଖେସ, ଯଶକରନ ସିଂ, ରାଜକୁମାର ପାଲ, ଗୁରଜନ୍ତ ସିଂ, ସୁମିତ ଶିଲାନ୍ଦା ଲାକ୍ରା, ସୁମନ ବେକ, ମନଦୀପ ମୋର, ଆଶୀଷ କୁମାର ଟପ୍ନୋ ।
Comments are closed.