ବାରିପଦା: ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀ ସେବାକୁ ନେଇ ସାମ୍ନାକୁ ଆସିଛି ଗୁରୁତର ସମସ୍ୟା । ରୋଗୀଙ୍କୁ ମିଳୁନି ଉତ୍ତମ ସ୍ୱାସ୍ଥ୍ୟ ସେବା । ଓଲଟା ଚିକିତ୍ସିତ ହେବାକୁ ଆସୁଥିବା ରୋଗୀମାନେ ହସ୍ପିଟାଲରେ ଖଣ୍ଡିଆ ଖାବରା ହୋଇ ଘରକୁ ଫେରୁଛନ୍ତି ।
ଜ୍ୱରରେ ପୀଡିତ ହୋଇ ପୋଡାଅସ୍ତିଆ ଗାଁର ଚକ୍ରଧର ସିଂ ନାମକ ଜଣେ ବ୍ୟକ୍ତି ହସ୍ପିଟାଲରେ ବେଡ୍ ନପାଇ ବାରଣ୍ଡାରେ ରହି ଚିକିତ୍ସିତ ହେଉଥିଲେ । ଆଜି ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଛାତରୁ ଅତଡା ଖସି ତାଙ୍କ ମୁଣ୍ଡରେ ପଡିଥିଲା । ଚକ୍ରଧରଙ୍କ ମୁଣ୍ଡରେ ଷ୍ଟିଚ୍ ପଡିଥିଲାବେଳେ ତାଙ୍କୁ ତୁରନ୍ତ ବେଡ୍ ଦିଆଯାଇଛି ।
ଚକ୍ରଧରଙ୍କ ମୁଣ୍ଡ ଫାଟିବା ପରେ ମାମଲାକୁ ଚାପିବା ପାଇଁ ତାଙ୍କୁ ତରବରିଆ ଭାବେ ବେଡ୍ ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଏବେ ବି ବିପଦ ସଙ୍କୁଳ ଅବସ୍ଥାରେ ବାରଣ୍ଡାରେ ପଡି ରହି ଚିକିତ୍ସିତ ହେବାକୁ ବାଧ୍ୟ ହେଉଛନ୍ତି ଅନ୍ୟ ରୋଗୀ । ହସ୍ପିଟାଲରେ ଚିକିତ୍ସା ବାବଦକୁ ରୋଗୀ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁ ଜାଣିଶୁଣି ନିଦା ବିଷ୍ଣୁ ପାଲଟିଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ ।
Comments are closed.