Latest Odisha News

BREAKING NEWS

ନଦୀ ଭିତରେ ଅଘଟଣ, ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମତ୍ସ୍ୟଜୀବୀ ମୃତ

ଦେବଗଡ଼ : ବାରକୋଟ ଥାନା ଅନ୍ତର୍ଗତ ବଳିତା ଗାଁରେ ଅଘଟଣ । ବ୍ରାହ୍ମଣୀ ନଦୀରେ ଡଙ୍ଗାରେ ମାଛ ଧରୁଥିବା ବେଳେ, ବିଦ୍ୟୁତ ସଂସ୍ପର୍ଶରେ ଆସି ମତ୍ସ୍ୟଜୀବୀଙ୍କ ମୃତ୍ୟୁ ହୋଇଛି । ମୃତ ମତ୍ସ୍ୟଜୀବୀ ହେଲେ ବଳିତା ଗାଁର ଜୟନ୍ତ ତିଇଁ । ହେଲେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସହଯୋଗୀ ଦୀପୁ । କ୍ଷତିପୂରଣ ଦାବି ଉତ୍ତ୍ୟକ୍ତ ଲୋକ ରାସ୍ତାରୋକ କରିଛନ୍ତି । ବାରକୋଟ ଦେଇ ଯାଇଥିବା ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି ଉତ୍ତ୍ୟକ୍ତ ଗ୍ରାମବାସୀ । ଘଟଣାସ୍ଥଳରେ ବାରକୋଟ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି ।

ସୂଚନା ଅନୁସାରେ, ଆଜି ବ୍ରାହ୍ମଣୀ ନଦୀକୁ ମାଛ ଧରିବାକୁ ଯାଇଥିଲେ ବଳିତା ଗାଁ ଜୟନ୍ତ ତିଇଁ ଓ ତାଙ୍କର ଜଣେ ସହଯୋଗୀ । ଡଙ୍ଗା ସାହାଯ୍ୟରେ ମାଛ ଜାଲ ବିଛାଉ ଥିବା ବେଳେ ନଦୀ ମଧ୍ୟରେ ଥିବା ୧୧ କେଭି ବିଦ୍ୟୁତ ପୋଲରୁ ତାର ଛିଡି ପଡ଼ିଥିଲା । ଫଳରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଘଟଣଶସ୍ଥଳରେ ଜୟନ୍ତଙ୍କର ମୃତ୍ୟୁ ହୋଇଥିଲା । ବାରକୋଟ ଥାନା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ, ବ୍ୟବଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ ।

Comments are closed.