Latest Odisha News

BREAKING NEWS

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ଘୋଷଣା

ନୂଆଦିଲ୍ଲୀ: ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ନୋବେଲ୍‌ ପୁରସ୍କାର ଘୋଷଣା କରାଯାଇଛି। ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଅବଦାନ ପାଇଁ ସିୟୁକୁରୋ ମାନାବେ, କ୍ଲାଉସ୍ ହାସେଲମ୍ୟାନ୍, ଜିଓର୍ଜିଓ ପ୍ୟାରିସିଙ୍କୁ ମିଳିତ ଭାବରେ ପଦାର୍ଥ ବିଜ୍ଞାନରେ ୨୦୨୧ ନୋବେଲ ପୁରସ୍କାର ବିଜେତା ଘୋଷଣା କରାଯାଇଛି। ଜଟିଳ ଭୌତିକ ପ୍ରଣାଳୀ ସମ୍ପର୍କିତ ଗବେଷଣା ପାଇଁଁ ଏହି ପୁରସ୍କାର ପ୍ରଦାନ କରାଯିବ।

ମେଡିସିନ୍ କ୍ଷେତ୍ରରେ ୨ ଆମେରିକୀୟଙ୍କ ନାମ ସମ୍ମାନଜନକ ନୋବେଲ ପୁରସ୍କାର ପାଇଁ ଘୋଷଣା କରିବାର ଗୋଟିଏ ଦିନ ପରେ ମଙ୍ଗଳବାର ଦିନ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଏହି ଘୋଷଣା କରାଯାଇଛି।

ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ରୟାଲ ସ୍ୱିଡେନ ଏକାଡେମୀ ଅଫ ସାଇନ୍ସ, ଷ୍ଟକହୋମ, ସ୍ୱିଡେନ ଦ୍ୱାରା ପ୍ରଦାନ କରାଯାଇଛି। ଏପର୍ଯ୍ୟନ୍ତ ୨୧୬ ଜଣ ବ୍ୟକ୍ତି ଏହି କ୍ଷେତ୍ରରେ ଅବଦାନ ପାଇଁ ମାନ୍ୟତା ପାଇଛନ୍ତି, ସେଥିମଧ୍ୟରୁ କେବଳ ଚାରିଜଣ ମହିଳା ଅଛନ୍ତି।

Comments are closed.