Latest Odisha News

ବରଗଡ଼ ବହୁ ଚର୍ଚ୍ଚିତ ହାଜତ ମୃତ୍ୟୁ ଘଟଣାକୁ ନେଇ BSP ର ବିକ୍ଷୋଭ

ବରଗଡ଼ : ବହୁ ଚର୍ଚ୍ଚିତ ବରଗଡ଼ ହାଜତ ମୃତ୍ୟୁ ଘଟଣାକୁ ନେଇ ବି ଏସ ପି ପକ୍ଷରୁ ବିକ୍ଷୋଭ । ବରଗଡ଼ ଜିଲ୍ଲା ତୋରା ଗାଁ ର ଗୋବିନ୍ଦ କୁମ୍ଭାରଙ୍କ ଟାଉନ ଥାନା ହାଜତରେ ମୃତ୍ୟୁ ଘଟଣାକୁ ନେଇ ବିବାଦ ବଢ଼ିବାରେ ଲାଗିଛି । ଆଜି ବହୁଜନ ସମାଜ ବରଗଡ଼ ଶାଖା ପକ୍ଷରୁ ଏସ୍ ପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ତଦନ୍ତ ଆରମ୍ଭ ହୋଇନାହିଁ , କି ମୃତକଙ୍କ ପରିବାକୁ କ୍ଷତି ପୂରଣ ମିଳିନାହିଁ । ଏହି ଘଟଣାରେ ସମ୍ପୃକ୍ତ ଥିବା ପୋଲିସ କର୍ମଚାରୀ ମାନଙ୍କୁ ଦୋଷୀ ସାବ୍ୟସ୍ତ କରି ଗିରଫ କରିବା ଦାବିରେ ବିଏସପି ବରଗଡ଼ ଶାଖା ପକ୍ଷରୁ ଏକ ଜନ ଆନ୍ଦୋଳନ ହୋଇଥିଲା ।

ଏହି ଘଟଣାରେ ଦୋଷୀ ସାବ୍ୟସ୍ତ କରି କିଛି ଦିନ ର ପୂର୍ବରୁ ଗୋବିନ୍ଦ କୁମ୍ଭାରଙ୍କୁ ବରଗଡ଼ ପୋଲିସ ରାତି ଅଧିଆ କୌଣସି କାରଣରୁ ଉଠାଇନେଇଥିଲା। ପରେ ସକାଳେ ଯୁବକଙ୍କ ମୃତ୍ୟୁ ହୋଇଯାଇଛି କହି ଘରକୁ ଖବର ଦିଆଯାଇଥିଲା । ପୋଲିସ ଗୋବିନ୍ଦଙ୍କୁ ମାରିଦେଇଥିବା ଗାଁ ପରିବାର ଓ ଗାଁ ଲୋକ ଅଭିଯୋଗ କରିଥିଲେ।

Comments are closed.