Latest Odisha News

ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର, ୧୨ ଜଣଙ୍କୁ ବାନ୍ଧିଲାଣି ଏନସିବି

ମୁମ୍ବାଇ : ଫିଟୁଛି ମୁମ୍ବାଇ ଡ୍ରଗ୍ସ କାରବାରର ଗୁମର । ଗିରଫ ଅଭିଯୁକ୍ତଙ୍କ ଠାରୁ ଗୋଟି ଗୋଟି ତଥ୍ୟ ହାସଲ କରୁଛି ଏନସିବି । ତେବେ ଜେରା ବେଳେ କ୍ରିପ୍ଟୋକରେନ୍ସି ଜରିଆରେ ଅଭିଯୁକ୍ତମାନେ ମାଦକ ଦ୍ରବ୍ୟ କ୍ରୟ କରିଥିଲେ ବୋଲି ତଦନ୍ତରୁ ସ୍ପଷ୍ଟ ହୋଇଛି । ଏଡାସହ ଶାହରୁଖଙ୍କ ପୁଅ ଆର୍ଯ୍ୟନଙ୍କ ହ୍ବାଟସଆପ୍ ଚାଟରୁ ଆସୁଛି ବିସ୍ଫୋରକ ତଥ୍ୟ । ତାଙ୍କର ଆନ୍ତର୍ଜାତିକ ଡ୍ରଗ୍ସ ଟ୍ରାଫିକିଙ୍ଗ୍ ଲିଙ୍କ୍ ରହିଥିବା ତଦନ୍ତରୁ ଜଣାଯାଇଛି । ଘଟଣାରେ ଏ ପର୍ଯ୍ୟନ୍ତ ୧୨ଜଣଙ୍କୁ ଏନସିବି ଗିରଫ କରିଥିବା ବେଳେ, ସେମାନଙ୍କ ମଧ୍ୟରେ ୨ ଜଣ ଓଡିଆ ଅଛନ୍ତି ।

ଗତ ଶନିବାର ମଝି ଦରିଆରେ ରେଭ ପାର୍ଟି ଉପରେ ରେଡ୍ କରିଥିଲା ଏନସିବି । ପ୍ରଥମେ ଆର୍ଯ୍ୟନ ଖାନ, ମୁନମୁନ ଧମେଚା ଓ ଅରବାଜ ମର୍ଚ୍ଚାଣ୍ଟଙ୍କୁ ଗିରଫ କରିବା ପରେ ଅନ୍ୟ ୯ଜଣଙ୍କୁ ପର୍ଯ୍ୟାୟ କ୍ରମେ ଗିରଫ କରାଯାଇଛି । ଅଭିଯୁକ୍ତଙ୍କ ଠାରୁ ଚରସ, ହାସିସ, କୋକେନ, ଏମଡିଏମ ଆଦି ଜବତ ହୋଇଥିଲା । ସେପଟେ ଆସନ୍ତା ୭ ତାରିଖ ଯାଏଁ ଏନସିବି ହେପାଜତକୁ ଯାଇଥିବା ଆର୍ଯ୍ୟନ ଖାନଙ୍କଠାରୁ ଅଧିକରୁ ଅଧିକ ତଥ୍ୟ ମିଳିଥିବା ସୂଚନା ମିଳିଛି । ଆର୍ଯ୍ୟନଙ୍କୁ ଏହି ପାର୍ଟିରେ ଯୋଗ ଦେବା ଲାଗି କିଏ ଅନୁରୋଧ କରୁଥିଲେ ସେହି ବ୍ୟକ୍ତିଙ୍କ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରୁଛି ଏନସିବି । ଏହା ସହ କର୍ଡେଲିଆ କ୍ରୁଜ ଜାହାଜରେ ପାର୍ଟିର ଆୟୋଜନ କେଉଁମାନେ କରିଥିଲେ ତାହାର ମଧ୍ୟ ଖୋଳତାଡ ଜାରି ରହିଛି ।

Comments are closed.