ଭୁବନେଶ୍ବର : ଖୋଲୁଛି ଡିଆରଡିଓ ତଥ୍ୟ ଲିକ୍ ମାମଲାର ଗୋଟିଏ ପରେ ଗୋଟିଏ ରହସ୍ୟ । ପଦାରେ ପଡିଛି ରହସ୍ୟମୟୀ ମହିଳାଙ୍କ ପାକିସ୍ତାନ ଲିଙ୍କ । ଏହି ରହସ୍ୟମୟୀ ମହିଳା ଜଣଙ୍କର ଆଇଏସଆଇ ସହ ଲିଙ୍କ ଥିବା ସନ୍ଦେହ କରିଛି କ୍ରାଇମବ୍ରାଞ୍ଚ । ତେବେ ଏହି ଫେସବୁକ୍ ପାକିସ୍ତାନରୁ ଅପରେଟ୍ କରାଯାଉଥିବା ସନ୍ଦେହ କରାଯାଉଛି । ଚିହ୍ନଟ ହୋଇଥିବା ୭ଟି ଫେସବୁକ ଆକାଉଣ୍ଟ ମଧ୍ୟରୁ ୪ଟି ସଂପର୍କରେ ତଥ୍ୟ ମିଳିଛି । ୩ଟି ଇସଲାମବାଦ ଓ ଗୋଟିଏ ରାଓଲପିଣ୍ଡିର ଫେସବୁକ ଆଇଡି ବ୍ୟବହାର ହୋଇଥିଲା ।
କ୍ରାଇମବ୍ରାଞ୍ଚ ଏଡିଜି କହିଛନ୍ତି, ରହସ୍ୟମୟୀ ମହିଳା ଜଣକ ପ୍ରକ୍ସି ଆଇପି ବ୍ୟବହାର କରୁଥିଲେ । ଜର୍ମାନୀ, ଆମେରିକା ଓ ଭାରତର ପ୍ରକ୍ସି ଆଇଡି ବ୍ୟବହାର କରୁଥିଲେ । ତେବେ ଟେକ୍ନିକାଲ ଡାଟା ପାଇଁ ଇଣ୍ଡିଆନ୍ କମ୍ପ୍ୟୁଟର ଏମର୍ଜେନ୍ସି ରେସପନ୍ସ ଟିମ୍କୁ ତଥ୍ୟ ମଗାଯାଇଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା । ସେହିପରି କ୍ରାଇମବ୍ରାଞ୍ଚ ହାତରେ ମହିଳାଙ୍କ ଫଟୋ ଲାଗିଛି । ଏବେ ବି ରହସ୍ୟମୟୀଙ୍କ ଫେସବୁକ ଆକାଉଣ୍ଟ ଆକ୍ଟିଭ ଥିବା ବେଳେ, ଡିଆରଡିଓର କିଛି ସଦସ୍ୟଙ୍କ ସହିତ ଏବେ ବି ଚାଟ୍ କରୁଥିବା ଜଣାପଡିଛି ।
Comments are closed.