ବରଗଡ଼: ଗତ ଅକ୍ଟୋବର ୨ତାରିଖରୁ ଆୟୁଷ ଡାକ୍ତରମାନେ ଅସହଯୋଗ ଆନ୍ଦୋଳନ ଜାରି ରଖିଛନ୍ତି। ମାତ୍ର ବର୍ତ୍ତମାନ ସୁଦ୍ଧା ସେମାନଙ୍କ ଦାବି ପୂରଣ ହୋଇନାହିଁ। ଏହା ଉପରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ବରଗଡ଼ ସାମ୍ବାଦିକ ସଂଘଠାରେ ଏକ ସାମ୍ବାଦିକ ସମ୍ମିଳନୀ ରାଜ୍ୟ ଆୟୁଷ ଡାକ୍ତରଙ୍କ ସଂଘ ପକ୍ଷରୁ ଆୟୋଜନ କରାଯାଇଥିଲା।
ଦୀର୍ଘ ୧୪ବର୍ଷ ଧରି ଓପିଡ଼ି ସମ୍ଭାଳିବା ସହିତ ଅନ୍ୟାନ୍ୟ ୧୪ଟି କାମ କରି ଆସୁଥିଲେ ମଧ୍ୟ ଆୟୁଷ ଡାକ୍ତରମାନଙ୍କ କୌଣସି ଦାବି ପୂରଣ କରୁନାହାନ୍ତି ସରକାର। ଯାହା ପ୍ରତିବାଦରେ ଏହି ଅସହଯୋଗ ଆନ୍ଦୋଳନ ଜାରି ରହିଛି। ତେଣୁ ଏହାର ତୁରନ୍ତ ସମାଧାନ କରିବା ସହ ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର ହେବ ବୋଲି ଚେତାବନୀ ଦେଇଛନ୍ତି।
Comments are closed.