Latest Odisha News

BREAKING NEWS

କରୋନାରେ ହାରିଗଲେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ

ଭୁବନେଶ୍ୱର : ଆରପାରିରେ ବରିଷ୍ଠ ସାମ୍ବାଦିକ ବିବେକାନନ୍ଦ ଦାସ । କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ସ୍ଥିତ ଆଦିତ୍ୟ କେୟାର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।
ସାଲେପୁରରେ ବିବେକାନନ୍ଦ ଦାସଙ୍କ ଜନ୍ମ। ଭୁବନେଶ୍ୱର  ଆଇଆରସି ଭିଲେଜରେ ସେ ରହୁଥିଲେ। ତାଙ୍କ ଦୁଇ ପୁଅ ଓ ଗୋଟିଏ ଝିଅ ଅଛନ୍ତି।

‘ଜନତନ୍ତ୍ର’ ପାକ୍ଷିକର ପ୍ରତିଷ୍ଠାତା ସମ୍ପାଦକ ବିବେକାନନ୍ଦ ଦାସ ୧୯୭୧ ରୁ ୨୦୦୪ ପର୍ଯ୍ୟନ୍ତ ଓଡିଆ ଖବର କାଗଜ ସମ୍ବାଦ, ପ୍ରଜାତନ୍ତ୍ର ଓ ଇଂଲିଶ ସାପ୍ତାହିକ ଇଷ୍ଟର୍ଣ୍ଣ ଟାଇମ୍ସ ଓ ଅର୍ଗାନାଇଜରରେ କାମ କରିଥିଲେ । ୨୦୦୧ ରେ ପ୍ରକାଶ କରିଥିଲେ ପାକ୍ଷିକ ଜନତନ୍ତ୍ର। ସେ ଦଳିତ ଆଦିବାସୀଙ୍କ କେତେକ ଆନ୍ଦୋଳନକୁ ସମର୍ଥନ କରୁଥିବା ବେଳେ ଜନତନ୍ତ୍ରରେ ଦଳିତ ଆଦିବାସୀ ମାନବାଧିକାରୀ ସମ୍ପର୍କରେ ଲେଖା ପ୍ରକାଶ କରୁଥିଲେ। ତାଙ୍କ ବିୟୋଗ ସାମ୍ବାଦିକ ଜଗତ ପାଇଁ ଏକ ବଡ କ୍ଷତି କହିଲେ ଅତ୍ୱିକ୍ତି ହେବନାହିଁ।

Comments are closed.