Latest Odisha News

BREAKING NEWS

ପୁରୀ ସଦର ଥାନା କୋରୁଅ ଗୋଲାସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ପୁରୀ : ପୁରୀ ସଦର ଥାନା କୋରୁଅ ଗୋଲାସାହିରେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ । ଏନେଇ ମହିଳାଙ୍କ ବାପଘର ଲୋକେ ଯୌତୁକ ଜନିତ ହତ୍ୟାକାଣ୍ଡ ଦର୍ଶାଇ ସଦର ଥାନାରେ ଅଭିଯୋଗ କରିଛନ୍ତି । ମୃତ ମହିଳା ଜଣକ ହେଲେ ସୁଷମା ମାଛୁଆ । ଗତ ଦୁଇବର୍ଷ ତଳେ ବୈଦିକ ରୀତି ନୀତିରେ କୋରୁଅ ଗୋଲାସାହିର ପ୍ରଶାନ୍ତ ବାଙ୍କଙ୍କୁ ସେ ବିବାହ କରିଥିଲେ । ଦୁଇବର୍ଷ ମଧ୍ୟରେ ଅନେକ ଥର ଶ୍ବଶୁର ଘର ଲୋକଙ୍କ ସହ ସୁଷମାଙ୍କ ମତାନ୍ତର ଘଟିଥିଲା । ଉଭୟ ପକ୍ଷ ମିଶି ସମାଧାନ ବି କରିଥିଲେ । ହେଲେ ଗତକାଲି ସୁଷମା ଆତ୍ମହତ୍ୟା କରିଥିବା ଶାଶୁ ଘର ଲୋକେ ଫୋନ କରି ସୁଷମାଙ୍କ ପରିବାରକୁ ଜଣାଇଥିଲେ ।

ପୁରୀ ମେଡିକାଲରେ ପହଞ୍ଚିବା ପରେ ସୁଷମାଙ୍କ ଶରୀରରେ ଏକାଧିକ ଜାଗାରେ କ୍ଷତ ଚିହ୍ନ ଥିବା ଦେଖିବାକୁ ପାଇଥିଲେ ପରିବାର ଲୋକ । ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ସନ୍ଦେହ କରିଥିଲେ । ଏନେଇ ସଦର ଥାନାରେ ହତ୍ୟା ଅଭିଯୋଗ କରିବା ପରେ ସଦର ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଘଟଣାରେ ପୋଲିସ ସୁଷମାଙ୍କ ସ୍ବାମୀ ପ୍ରଶାନ୍ତ ବାଙ୍କକୁ ଅଟକ ରଖିଛି । ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ଏହା ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ।

Leave A Reply

Your email address will not be published.