Latest Odisha News

BREAKING NEWS

ଓଡ଼ିଶାରେ ବିଜେପି ଏଥର ରେକର୍ଡ଼ ସଂଖ୍ୟକ ଆସନ ଜିତିବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଣିଥରେ ପୂର୍ବକଥାକୁ ଦୋହରାଇ କହିଛନ୍ତି ଯେ, ଓଡ଼ିଶାରେ ବିଜେପି ରେକର୍ଡ଼ ସଂଖ୍ୟାରେ ଆସନ ଜିତି ସମଗ୍ର ଦେଶକୁ ଆଶ୍ଚର୍ଯ୍ୟ ଚକିତ କରିଦେବ ।

ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶାର ସୁନ୍ଦରଗଡ଼ ଓ ସୋନପୁରଠାରେ ନିର୍ବାଚନୀ ସଭାରେ ଯୋଗଦେବାର ଅବ୍ୟବହିତ ପୂର୍ବରୁ ଟ୍ୱିଟ୍ କରି ଏହି କଥା କହିଛନ୍ତି । ସେ ମାଧ୍ୟମରେ କହିଛନ୍ତି, ଏହି ନିର୍ବାଚନରେ ଓଡ଼ିଶାର ଭୋଟର୍ ଶାସକ ବିଜେଡ଼ି ଓ କଂଗ୍ରେସକୁ ସମ୍ପୂର୍ଣ୍ଣ ରୂପେ ପ୍ରତ୍ୟାଖାନ କରିବେ ।

Leave A Reply

Your email address will not be published.