ଭୁବନେଶ୍ୱର: ବୈଷୟିକ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ବାସଭବନ ଘେରିଲେ ଡିପ୍ଲୋମା ଛାତ୍ରଛାତ୍ରୀ । ଶତାଧିକ ଡିପ୍ଲୋମା ଛାତ୍ରଛାତ୍ରୀ ଆଜି ମନ୍ତ୍ରୀଙ୍କ ବାସଭବନ ଘେରାଉ କରିଛନ୍ତି । ବ୍ୟାକ୍ ପେପର୍ ପରୀକ୍ଷା ଓ ଅଡ୍ ଇଭିନ୍ ସେମିଷ୍ଟର ଉଚ୍ଛେଦ ଦାବିରେ ସେମାନେ ବିକ୍ଷୋଭ ପ୍ରଦର୍ଶନ ସହ ନାରାବାଜି କରିଛନ୍ତି । ଛାତ୍ରଛାତ୍ରୀ ଦାବି କରିଛନ୍ତି, ଯେଉମାନଙ୍କର ଯେଉଁ ବର୍ଷ ବ୍ୟାକ୍ ଲାଗୁଛି ତାପରବର୍ତ୍ତୀ ସମୟରେ ପରୀକ୍ଷା କରାଯାଉ ।
ସେହିପରି ଅନଲାଇନରେ ତୃତୀୟ ବର୍ଷ ସେମିଷ୍ଟର ପରୀକ୍ଷା କରାଇବାକୁ ଦାବି କରିଛନ୍ତି ଛାତ୍ରଛାତ୍ରୀ । ଏଥିସହ ଓଜେଇଇ କାଉନସେଲିଂ ଭିତରେ ରେଜଲ୍ଟ ପ୍ରକାଶ କରିବାକୁ ଦାବି କରିଛନ୍ତି । ଏହାପରେ ସେମାନେ ମନ୍ତ୍ରୀଙ୍କ ସହ ସମସ୍ୟା ନେଇ ଆଲୋଚନା କରିଥିଲେ । ଦାବି ଉପରେ ପ୍ରତିଶ୍ରୁତି ମିଳିଥିବା କହିଛନ୍ତି ଛାତ୍ରଛାତ୍ରୀ ।
Comments are closed.