Latest Odisha News

BREAKING NEWS

ବିଧାୟକଙ୍କ ଗାଡି ଉପରକୁ ବୋମାମାଡ

କେନ୍ଦୁଝର : ବିଧାୟକଙ୍କ ଗାଡିକୁ ବୋମାମାଡ । ସଦର ବିଧାୟକ ମୋହନ ମାଝୀଙ୍କ ଗାଡି ଉପରକୁ ବୋମାମାଡ ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଛି । ତେବେ ତାଙ୍କ ଗାଡି ଉପରକୁ ବୋମାମାଡ କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ଟାଉନ୍ ଥାନା ମଣ୍ଡୁଆ ନିକଟରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ ରେ ଆସି ବୋମା ଫିଙ୍ଗି ଫେରାର ହୋଇ ଯାଇଥିବା କୁହାଯାଉଛି । ଫଳରେ ତାଙ୍କ ଗାଡ଼ି ବନେଟ କ୍ଷତି ଗ୍ରସ୍ତ ହୋଇଥିବା ବେଳେ ବିଧାୟକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ବିଧାୟକ ଏକ ମିଟିଙ୍ଗ ରୁ ଘରକୁ ଫେରୁଥିବା ବେଳେ ଜଣେ ପିଲା ହାତରେ ଦୁଇଟି ବମ ଧରି ଗାଡ଼ି ସମୁଖକୁ ହଠାତ ଆସି ଗାଡ଼ି ଉପରକୁ ବୋମା ଫିଙ୍ଗିଥିଲା । ମୋହନଙ୍କ ଗାଡ଼ି ତାଙ୍କୁ ପିଛା କରିଥିଲେ ସୁଧା ଅଣଓସାରିଆ ରାସ୍ତାର ସୁଯୋଗ ନେଇ ସେମାନେ ଖସି ଯିବାରେ ସଫଳ ହୋଇଥିଲେ । ଏହାପରେ ବିଧାୟକ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିବା ସହ ବିଭିନ୍ନ ସ୍ଥାନରେ ନାକା ବନ୍ଦି କରି ଦୁର୍ବୁତ କୁ ଧରିବାକୁ ଚେଷ୍ଟା ଜାରି ରଖିଛି ।

ଅଭିଯୋଗ ପାଇବା ପରେ ଟାଉନ୍ ଥାନା ପୋଲିସ୍ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ପରେ କିଏ କାହିଁକି ମାରିଲା ଜଣା ପଡିବ ବୋଲି ଥାନା ଅଧିକାରି କହିଛନ୍ତି ।

Leave A Reply

Your email address will not be published.